ମୁଖବନ୍ଧ

ନିମ୍ନଲିଖିତ ବିଷୟବସ୍ତୁ ଗୁଡିକୁ ଏହି ଦଲିଲରେ ଅାଲୋଚନା କରାଯାଇଛି:

  • ସ୍ଥାପନ ସମ୍ବନ୍ଧିତ ଟିପ୍ପଣୀ

  • ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ

  • ଜ୍ଞାତ ପ୍ରକାଶନ ଗୁଡିକ

  • ସାଧାରଣ ସୂଚନା

  • ଆନ୍ତର୍ଜାତିକତା

  • କର୍ଣ୍ଣଲ ଟିପ୍ପଣୀ

ପ୍ରକାଶନ ଟିପ୍ପଣୀରେ ପ୍ରକାଶିତ ହୋଇ ନଥିବା Red Hat Enterprise Linux 4.92 ର ବିଳମ୍ବିତ ତାଜା ଖବର ପାଇଁ Red Hat ଜ୍ଞାନ ଭଣ୍ଡାରକୁ ନିମ୍ନଲିଖିତ ୟୁ.ଆର.ଏଲ. ରେ ଦେଖନ୍ତୁ:

http://kbase.redhat.com/faq/topten_105_0.shtm

ସ୍ଥାପନ ସମ୍ବନ୍ଧିତ ଟିପ୍ପଣୀ

ନିମ୍ନଲିଖିତ ବିଭାଗଟି Red Hat Enterprise Linux ର ସ୍ଥାପନ ସମ୍ବନ୍ଧିତ ସୂଚନା ଏବଂ ଆନାକୋଣ୍ଡା ସ୍ଥାପନ ପ୍ରୋଗ୍ରାମକୁ ଧାରଣ କରିଅଛି।

ଟିପ୍ପଣୀ

ପୂର୍ବରୁ ସ୍ଥାପିତ ଗୋଟିଏ Red Hat Enterprise Linux କୁ ଉନ୍ନୟନ କରିବା ପାଇଁ, ଏବଂ ପରିବର୍ତ୍ତିତ ପ୍ଯାକେଜ ମାନଙ୍କୁ ଅଦ୍ଯତିତ କରିବା ପାଇଁ; ଆପଣ Red Hat ନେଟୱାର୍କ କୁ ବ୍ଯବହାର କରିବା ଉଚିତ।

Red Hat Enterprise Linux 4.92 ର ନୂତନ ସ୍ଥାପନ ପାଇଁ କିମ୍ବା ଅନ୍ତିମ ଅଦ୍ଯତିତ ସଂସ୍କରଣ Red Hat Enterprise Linux 4 ରୁ Red Hat Enterprise Linux 4.92 କୁ ଉନ୍ନୟନ କରିବା ପାଇଁ ଆପଣ ଆନାକୋଣ୍ଡାକୁ ବ୍ଯବହାର କରିପାରିବେ।

ଯଦି ଆପଣ Red Hat Enterprise Linux 4.92 ସି.ଡି. ରମ୍ ର ସାମଗ୍ରୀକୁ ନକଲ କରୁଛନ୍ତି (ଉଦାହରଣ ସ୍ବରୂପ, ନେଟୱାର୍କ ଆଧାରିତ ସ୍ଥାପନର ପ୍ରସ୍ତୁତି ପାଇଁ), ତାହାହେଲେ କେବଳ ପ୍ରଚାଳନ ତନ୍ତ୍ର ପାଇଁ ସି.ଡି. ରମ୍ କୁ ନକଲ କରିବା ପାଇଁ ଚୟନ କରନ୍ତୁ। ଅତିରିକ୍ତ ସି.ଡି. ରମ୍ କୁ କିମ୍ବା ସ୍ତରୀଭୂତ କୌଣସି ସି.ଡି. ରମ୍ ଉତ୍ପାଦକୁ ନକଲ କରନ୍ତୁ ନାହିଁ, କାରଣ ଏହା ଆନାକୋଣ୍ଡାର ସଠିକ ଚାଳନ ପାଇଁ ଆବ୍ଯଶ୍ଯକ ହେଉଥିବା ଫାଇଲ ମାନଙ୍କୁ ନବଲିଖନ କରିଦେବ। Red Hat Enterprise Linux ସ୍ଥାପିତ ହୋଇସାରିବା ପରେ ଏହି ସି.ଡି. ରମ୍ ମାନଙ୍କୁ ସ୍ଥାପିତ କରାଯିବା ଉଚିତ।

Note that the minimum RAM required to install Red Hat Enterprise Linux 4.92 has been raised to 1GB; the recommended RAM is 2GB. If a machine has less than 1GB RAM, the installation process may hang.

ISO ବିଷୟବସ୍ତୁ ଏବଂ ପଞ୍ଜିକରଣ

Red Hat Enterprise Linux 4.92 ରେ ସଞ୍ଚାରମାଧ୍ଯମ ଉପକରଣର ସ୍ଥାପତ୍ଯକୁ ପୂର୍ବସଂସ୍କରଣ Red Hat Enterprise Linux ରୁ ପରିବର୍ତ୍ତନ କରାଯାଇଛି। ବିଭିନ୍ନ ଚଳ ଏବଂ ISO ପ୍ରତିଛବି ମାନଙ୍କର ସଂଖ୍ଯା ଦୁଇକୁ ହ୍ରାସ କରାଯାଇଛି।

  • Red Hat Enterprise Linux 4.92 ସେବକ

  • Red Hat Enterprise Linux 4.92 ଗ୍ରାହକ

ବୃକ୍ଷ ଗୁଡିକ ଏକାଧିକ ସଂଖ୍ଯକ ଭଣ୍ଡାରକୁ ଧାରଣ କରିଛନ୍ତି ଯାହାକି ଅନ୍ତଃସ୍ଥଳ ବିତରଣ ଉପରେ ଅତିରିକ୍ତ ଉପଯୋଗୀତା ପ୍ରଦାନ କରିଥାଏ:

Red Hat Enterprise Linux 4.92 ସେବକ

  • Red Hat Enterprise Linux — ୪ଟି ଆଭାସୀ ଉଦାହରଣ ପାଇଁ ସହାୟତା ସହିତ ଆଭାସୀକରଣ ଉପଯୋଗୀତାକୁ ଧାରଣ କରିଥିବା ପୂର୍ବନିର୍ଦ୍ଧାରିତ ବହୁମୂଖୀ ସେବକ ପ୍ରଚାଳନ ତନ୍ତ୍ର।

  • Red Hat Enterprise Linux ଆଭାସୀକରଣ ପ୍ଲାଟଫର୍ମ — ଡାଟା-ସେଣ୍ଟର ଆଭାସୀକରଣ ପ୍ରଚାଳନ ତନ୍ତ୍ର ଏକତ୍ରିକରଣ ଏବଂ ଏକତ୍ରିତ ଭଣ୍ଡାରକୁ ସଂଲଗ୍ନିତ କରିଅଛି

Red Hat Enterprise Linux 4.92 ଗ୍ରାହକ

  • Red Hat Enterprise Linux ଡେସ୍କଟପ — ଜ୍ଞାନ-କର୍ମୀ ଡେସ୍କଟପ ଉତ୍ପାଦପାଦ

  • କାର୍ଯ୍ଯସ୍ଥଳୀ ବିକଳ୍ପ — ଇଞ୍ଜୀନିୟରୀ ଏବଂ ବିକାଶ କାର୍ଯ୍ଯକ୍ଷେତ୍ର ପାଇଁ ଯୋଗ-କରନ୍ତୁ ବିକଳ୍ପ

  • Virtualization Option — add-on option for virtualization support

ସମାନ ବୃକ୍ଷ କିମ୍ବା ISO ପ୍ରତିଛବିରେ ଇଚ୍ଛାଧୀନ ବିଷୟବସ୍ତୁ ସହିତ, ସ୍ଥାପନ ପାଇଁ ପ୍ରସ୍ତାବିତ ଯନ୍ତ୍ରାଂଶ ଏବଂ ହସ୍ତାକ୍ଷର କରାଯାଇଥିବା ଯନ୍ତ୍ରାଂଶ ମଧ୍ଯରେ ଅମେଳକୁ ଏଡାଇବା ପାଇଁ ଏହା ଆବଶ୍ଯକ। ଏପରି ଅମେଳ ତୃଟି ଏବଂ ଆଘାତପ୍ରବଣ ବିପଦ ପାଇଁ ଗୋଟିଏ ବର୍ଦ୍ଧିତ ଆଶଙ୍କା ସୃଷ୍ଟି କରିପାରେ।

sync ରେ ହସ୍ତାକ୍ଷର ସହିତ ପ୍ରସ୍ତାବିତ ଯନ୍ତ୍ରାଂଶକୁ ନିଶ୍ଚିତ କରିବା ପାଇଁ, Red Hat Enterprise Linux 4.92 ଗୋଟିଏ ସ୍ଥାପନ କ୍ରମାଙ୍କ ପ୍ରବିଷ୍ଟି ଆବଶ୍ଯକ କରିଥାଏ, ଯାହାକୁ ସଠିକ ପ୍ଯାକେଜ ସେଟ ପ୍ରଦାନ କରୁଥିବା ସ୍ଥାପକର ବିନ୍ଯାସରେ ବ୍ଯବହାର କରାଯିବ।

ଯଦି ଆପଣ ସ୍ଥାପନ ସଂଖ୍ଯା ଭରଣକୁ ଏଡାଇ ଦିଅନ୍ତି, ଏହା ଗୋଟିଏ ଅନ୍ତଃସ୍ଥଳ ସେବକ କିମ୍ବା ଡେସ୍କଟପ ସ୍ଥାପନ ପ୍ରାରମ୍ଭ କରିବ। ପରବର୍ତ୍ତୀ ସମୟରେ ଅତିରିକ୍ତ ପ୍ରକ୍ରିୟା ଯୋଗ କରାଯାଇ ପାରିବ।

ବ୍ଯବହାର୍ଯ୍ଯ ପୂର୍ବନିର୍ଦ୍ଧାରିତ ସଂଖ୍ଯା ଗୁଡିକୁ ନିମ୍ନରେ ଉଲ୍ଲେଖ କରାଯାଇଛି:

ସେବକ

  • Red Hat Enterprise Linux (Server ): 31cfdaf1358c25da

  • Red Hat Enterprise Linux (Server + Virtualization): 2515dd4e215225dd

  • Red Hat Enterprise Linux ଆଭାସୀକରଣ ପ୍ଲାଟଫର୍ମ: 49af89414d147589

ଗ୍ରାହକ

  • Red Hat Enterprise Linux ଡେସ୍କଟପ: 660266e267419c67

  • Red Hat Enterprise Linux Desktop / Virtualization Option: fed67649ff918c77

  • Red Hat Enterprise Linux ଡେସ୍କଟପ / କାର୍ଯ୍ୟସ୍ଥଳୀ ବିକଳ୍ପ: da3122afdb7edd23

  • Red Hat Enterprise Linux Desktop / Workstation / Virtualization Option: 7fcc43557e9bbc42

ଉପସଂସ୍କରଣ

Red Hat Enterprise Linux 4.92 ରେ, ଉପସଂସ୍କରଣ ସଂସ୍କରଣ ନିୟନ୍ତ୍ରଣ ତନ୍ତ୍ରଟି Berkeley DB 4.3 ସହିତ ସଂଯୋଜିତ ହୋଇଛି। ଯଦି ଆପଣ ଏହାକୁ Red Hat Enterprise Linux 4 ରୁ ଉନ୍ନୟନ କରୁଛନ୍ତି ଏବଂ ତନ୍ତ୍ରରେ କୌଣସି ଉପସଂସ୍କରଣ ଭଣ୍ଡାର ସୃଷ୍ଟି କରୁଛନ୍ତି, ଯାହାକି (କେବଳ ଫାଇଲତନ୍ତ୍ର ଆଧାରିତ "FSFS" ପୃଷ୍ଠଭାଗ ପରିବର୍ତ୍ତେ) Berkeley DB ପୃଷ୍ଠଭାଗ "BDB"କୁ ବ୍ଯବହାର କରିଥାଏ, ତାହାହେଲେ ଭଣ୍ଡାରକୁ ଯେପରି କେବଳ ଉନ୍ନୟନ ପରେ ଅଭିଗମ କରିହେବ ସେଥିପ୍ରତି ବିଶେଷ ସତର୍କତା ଅବଲମ୍ବନ କରିବା ଉଚିତ। ଏହି ପ୍ରକ୍ରିୟାକୁ Red Hat Enterprise Linux 4 ତନ୍ତ୍ରରେ, Red Hat Enterprise Linux 4.92 କୁ ଉନ୍ନୟନ କରିବା ପୂର୍ବରୁ ଅନୁସରଣ କରିବା ଉଚିତ।

  1. ସମସ୍ତ ଚଳନ୍ତି ପ୍ରକ୍ରିୟା ମାନଙ୍କୁ ବନ୍ଦ କରି ଦିଅନ୍ତୁ ଏବଂ ଏହା ନିଶ୍ଚିତ ହୁଅନ୍ତୁ ଯେ ଭଣ୍ଡାରକୁ ଯେପରି କୌଣସି ପ୍ରକ୍ରିୟା ଅଭିଗମ କରିପାରିବ ନାହିଁ (ଉଦାହରଣ ସ୍ବରୂପ, httpd କିମ୍ବା svnserve; କିମ୍ବା ନିରପେକ୍ଷ ଅଭିଗମ ବିଶିଷ୍ଟ ଯେ କୌଣସି ସ୍ଥାନୀୟ ଚାଳକ)।

  2. ଭଣ୍ଡାରର ଗୋଟିଏ ନକଲ ସଂରକ୍ଷଣକୁ ସୃଷ୍ଟି କରନ୍ତୁ; ଉଦାହରଣ ସ୍ବରୂପ:

    
    svnadmin dump /path/to/repository | gzip 
    > repository-backup.gz
                                    
  3. ଭଣ୍ଡାରରେ ପୁନର୍ଲାଭ ନିର୍ଦ୍ଦେଶ svnadmin recover କୁ ଚଳାନ୍ତୁ:

    
    svnadmin recover /path/to/repository
                                    
  4. ଭଣ୍ଡାରରୁ ସମସ୍ତ ଅବ୍ଯବହୃତ ଲଗ ଫାଇଲ ମାନଙ୍କୁ ଅପସାରଣ କରନ୍ତୁ:

    
    svnadmin list-unused-dblogs /path/to/repository | xargs rm -vf
                                    
  5. ଭଣ୍ଡାରରୁ ସମସ୍ତ ଅବଶିଷ୍ଟ ସହଭାଗ-ସ୍ମୃତି ଫାଇଲକୁ ଅପସାରଣ କରନ୍ତୁ:

    
    rm -f /path/to/repository/db/__db.0*
                                    

ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ

ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଗୁଣଗୁଡିକ ବର୍ତ୍ତମାନ ସମର୍ଥିତ ନୁହଁନ୍ତି, କିନ୍ତୁ ସେଗୁଡିକ ଗୋଟିଏ ସଂସ୍କରଣରେ ଉପଲବ୍ଧ। ସେମାନଙ୍କର କାର୍ଯ୍ଯକଳାପକୁ ପରୀକ୍ଷଣ କରିହେବ; ତଥାପି, ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ପାଇଁ ପ୍ରଦାନ କରାଯିବା ଏକମାତ୍ର ସହାୟତା ଅଗ୍ରାଧିକାର ବିଶିଷ୍ଟ ସୁରକ୍ଷା ସମସ୍ଯା ପାଇଁ ଭୂଲ ଅଟେ।

ଏହାର ବିକାଶଧାରାର ପ୍ରତ୍ଯେକ ଭାଗରେ, ସର୍ବସାଧରଣଙ୍କ ଉଦ୍ଦେଶ୍ଯରେ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ପରୀକ୍ଷଣ ପାଇଁ ଉପଲବ୍ଧ ହୋଇପାରେ। ଘଟିତ ହେବାକୁ ଥିବା ଗୋଟିଏ ନଗଣ୍ଯ ଏବଂ ପ୍ରମୂଖ ସଂସ୍କରଣରେ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନକୁ ସମ୍ପୂର୍ଣ୍ଣ ରୂପେ ସମର୍ଥ କରିବା Red Hat ର ଲକ୍ଷ୍ଯ ଅଟେ।

ଅବସ୍ଥା ବିହୀନ Linux

ଏହି Red Hat Enterprise Linux 4.92 ର ବିଟ୍ା ସହିତ ସଂଲଗ୍ନିତ ଥିବା ଉପାଦାନ ଗୁଡିକ ଅବସ୍ଥା ବିହୀନ Linux ଭିତ୍ତି ଅଂଶକୁ ସକ୍ରିୟ କରୁଛନ୍ତି। ଅବସ୍ଥା ବିହୀନ Linux ଗୋଟିଏ ତନ୍ତ୍ରର ଚାଳନ ଏବଂ ପରିଚାଳନ ପାଇଁ ଏକ ନୂତନ ପ୍ରକାର ଚିନ୍ତନ, ସାଧାରଣ ଭାବରେ ଉଦ୍ଦିଷ୍ଟ ଏବଂ ପରିଚାଳିତ ବହୁଳ ସଂଖ୍ଯକ ତନ୍ତ୍ରର ସମ୍ମିଳନରେ ଏହାକୁ ପ୍ରସ୍ତୁତ କରାଯାଇଛି ଯେପରିକି ଏହାକୁ ସହଜରେ ବଦଳାଇ ହେବ। ଏହାକୁ ପ୍ରାରମ୍ଭିକ ସ୍ତରରେ ଉପସ୍ଥିତ ତନ୍ତ୍ରର ପ୍ରତିଛବିକୁ ସ୍ଥାପନ କରି ସମ୍ପନ୍ନ କରାଯାଇଛି ଯାହାକି ଏକାଧିକ ଅବସ୍ଥା ବିହୀନ ତନ୍ତ୍ର ଦ୍ବାରା ପରିଚାଳିତ ଏବଂ ଅନୁକୃତ। ଏହା କେବଳ ପାଠ୍ଯ ଧାରାରେ ପ୍ରଚାଳନ ତନ୍ତ୍ରକୁ ଚଳାଉଛି।

ଏହାର ପ୍ରଚଳିତ ବିକାଶ ଅବସ୍ଥାରେ, ଅବସ୍ଥା ବିହୀନ ଗୁଣ ଗୁଡିକ ଉଦ୍ଦେଶ୍ଯ ମୂଳକ ଲକ୍ଷ୍ଯର ଉପସେଟ। ଯେପରି, ଦକ୍ଷତାକୁ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଅବସ୍ଥା ରୂପରେ ସୂଚୀତ କରାଯାଇଛି।

ତଳେ Red Hat Enterprise Linux 4.92 ବିଟ୍ାରେ ଅନ୍ତର୍ଭୂକ୍ତ ହେବାକୁ ଥିବା ପ୍ରାରମ୍ଭିକ ଦକ୍ଷତାର ଗୋଟିଏ ତାଲିକା ଦିଆଯାଇଛି:

  • ଗୋଟିଏ ଅବସ୍ଥା ବିହୀନ ପ୍ରତିଛବିକୁ NFS ଉପରେ ଚଳାଉଛି

  • ଗୋଟିଏ ଅବସ୍ଥା ବିହୀନ ପ୍ରତିଛବିକୁ ଲୁପ-ବ୍ଯାକ ମଧ୍ଯଦେଇ NFS ଉପରେ ଚଳାଉଛି

  • iSCSI ରେ ଚଳାଉଛି

ଆବଶ୍ଯକୀୟ କର୍ଣ୍ଣଲ ପରିବର୍ତ୍ତନ ଯୋଗୁଁ, ଗୋଟିଏ ସ୍ଥାନୀୟ ଫାଇଲତନ୍ତ୍ରରେ ପ୍ରମୂଖ ସେବକ ସହିତ ଏକକାଳୀନ ପରିବର୍ତ୍ତନରେ ଅବସ୍ଥା ବିହୀନ Linux କୁ ଚଳାଇବା ବର୍ତ୍ତମାନ ସମ୍ଭବ ନୁହେଁ।

ଏହା ବିଶେଷ ଭାବରେ ପରାମର୍ଶିତ ଯେ ଯେଉଁମାନେ ଅବସ୍ଥା ବିହୀନ ସଙ୍କେତକୁ ପରୀକ୍ଷଣ କରିବାକୁ ଇଚ୍ଛୁକ, ସେମାନେ HOWTO କୁ ଏଠାରେ http://fedoraproject.org/wiki/StatelessLinuxHOWTO ପଢନ୍ତୁ ଏବଂ ଏହି ସମୂହରେ stateless-list@redhat.com ନିଜକୁ ପଞ୍ଜୀକ୍ରୁତ କରନ୍ତୁ।

GFS2

GFS2 GFS ଫାଇଲତନ୍ତ୍ର ଉପରେ ଆଧାରିତ ଗୋଟିଏ କ୍ରମବିବର୍ତ୍ତକ ଉନ୍ନତି ଅଟେ। ଯେତେବେଳେ ସମ୍ପୂର୍ଣ୍ଣ କାର୍ଯ୍ଯକ୍ଷମ, GFS2 ଏପର୍ଯ୍ଯନ୍ତ ଉତ୍ପାଦନ ପାଇଁ ପ୍ରସ୍ତୁତ ନୁହେଁ ବୋଲି ବିବେଚନା କରାଯାଏ। GFS, ଯାହାକି ଉତ୍ପାଦନରେ ବିଗତ ୫ ବର୍ଷରୁ ଅଛି, ତାହାକୁ ଏହି ସଂସ୍କରଣ ସହିତ ପ୍ରଦାନ କରାଯାଇଛି ଏବଂ ଏକତ୍ରିତ ହୋଇ ନ ଥିବା ତଥ୍ଯ ଫାଇଲତନ୍ତ୍ର ମାନଙ୍କ (ରୁଟ ଏବଂ ବୁଟ ବିହୀନ) ପାଇଁ ଏହା ସମ୍ପୂର୍ଣ୍ଣ ସହାୟକ, ଆହୁରି ମଧ୍ଯ ସହଭାଗ ଭଣ୍ଡାରର ଏକତ୍ରିତ ଫାଇଲତନ୍ତ୍ର ବିନ୍ଯାସରେ ଏକତ୍ରିତ ସଂରଚନା ଅବସ୍ଥିତ ଥିବା ସମୟରେ ଏହା ସହାୟକ। ପରବର୍ତ୍ତୀ Red Hat Enterprise Linux 4.92 ଅଦ୍ଯତନରେ GFS2 କୁ ସମ୍ପୂର୍ଣ୍ଣ ସହାୟତା ଅବସ୍ଥିତି ତାଲିକାରେ ସାମିଲ କରିବାର ଲକ୍ଷ୍ଯ ଅଛି। ସେହି ଅବସ୍ଥାନରେ ମଧ୍ଯ ଗୋଟିଏ ରୂପାନ୍ତରଣ ଉପଯୋଗୀତା ଅଛି, gfs2_convert, ଯାହାକି ଗୋଟିଏ GFS ଫାଇଲତନ୍ତ୍ରର ଅଧି ତଥ୍ଯକୁ ଗୋଟିଏ GFS2 ଫାଇଲତନ୍ତ୍ରରେ ରୂପାନ୍ତରିତ କରି ସେହିଗୁଡିକର ଅଦ୍ଯତନ କରିପାରିବ।

FS-Cache

ଦୂର ଫାଇଲତନ୍ତ୍ର ପାଇଁ FS-Cache ଗୋଟିଏ ସ୍ଥାନୀୟ ସ୍ବଳ୍ପ ସଞ୍ଚୟ ସୁବିଧା ଅଟେ; ଗୋଟିଏ ସ୍ଥାନୀୟ ଆରୋହିତ ଡିସ୍କରେ NFS ତଥ୍ଯକୁ ସଞ୍ଚୟ କରିବା ପାଇଁ ଏହା ଚାଳକକୁ ଅନୁମତି ପ୍ରଦାନ କରିଥାଏ। FS-Cache ସୁବିଧାକୁ ବ୍ଯବସ୍ଥାପନ କରିବା ପାଇଁ, cachefilesd RPM କୁ ସ୍ଥାପନ କରନ୍ତୁ ଏବଂ /usr/share/doc/cachefilesd-<version>/README ରେ ଥିବା ଅନୁଦେଶକୁ ନିର୍ଦ୍ଦେଶ କରନ୍ତୁ।

<version> କୁ ସ୍ଥାପିତ cachefilesd ର ଅନୁକୂଳ ପ୍ଯାକେଜ ସହିତ ବଦଳାନ୍ତୁ।

Compiz

Compiz ଗୋଟିଏ OpenGL- ଆଧାରିତ ସଂଯୁକ୍ତ ୱିଣ୍ଡୋ ପରିଚାଳକ ଅଟେ। ନିୟମିତ ୱିଣ୍ଡୋ ପରିଚାଳନା ସହିତ, compiz ଗୋଟିଏ ସଂଯୁକ୍ତ ପରିଚାଳକ ଭାବରେ ମଧ୍ଯ କାର୍ଯ୍ଯ କରିଥାଏ। ଏହି ଭୂମିକାରେ, ସ୍ବଳ୍ପ କମ୍ପନ ଏବଂ ଅଧିକ ସ୍ପଷ୍ଟ ଅନୁଭବ ପାଇଁ ଗୋଟିଏ ସମତଳ ଡେସ୍କଟପ ପ୍ରଦାନ କରିବା ପାଇଁ compiz ସମୁଦାୟ ଡେସ୍କଟପ ପୁନଃଚିତ୍ରଣ ପ୍ରକ୍ରିୟାକୁ ଶୃଙ୍ଖଳିତ ଏବଂ ସମକାଳିତ ଭାବରେ ସମ୍ପାଦନ କରିଥାଏ।

ପ୍ରଭାବ ମାନଙ୍କୁ ଚିତ୍ରଣ କରିବା ପାଇଁ Compiz ନିର୍ଦ୍ଦେଶ; ଜୀବନ୍ତ ଥମ୍ବନେଲ ୱିଣ୍ଡୋ ଏବଂ ୱିଣ୍ଡୋ ଡ୍ରୋପ ଛାୟା, ଆହୁରି ମଧ୍ଯ ଜୀବନାୟନ ୱିଣ୍ଡୋ କ୍ଷୁଦ୍ରତମନ ଏବଂ ଆଭାସୀ ଡେସ୍କଟପ ମଧ୍ଯରେ ସଂକ୍ରମଣ ପରି 3D ହାର୍ଡୱେର ତ୍ବରଣ ମାନଙ୍କୁ ବ୍ଯବହାର କରିଥାଏ।

ଉପସ୍ଥିତ ଚିତ୍ରଣ ସ୍ଥାପତ୍ଯର ସୀମାବଦ୍ଧତା ଯୋଗୁଁ, compiz ନିର୍ଦ୍ଦେଶଟି OpenGL ପ୍ରୟୋଗ ମାନଙ୍କ ସହିତ କିମ୍ବା Xv ଅନୁଲଗ୍ନ ବିଶିଷ୍ଟ ପ୍ରୟୋଗ ମାନଙ୍କର ପ୍ରତ୍ଯେକ୍ଷ ଚିତ୍ରଣ ସହିତ ସଠିକ ଭାବରେ କାର୍ଯ୍ଯ କରିପାରିବ ନାହିଁ। ଏହି ପ୍ରୟୋଗ ଗୁଡିକ ସୁରକ୍ଷିତ ଶିଳ୍ପକୃତି ଚିତ୍ରଣ ପ୍ରଦର୍ଶନ କରିଥାଆନ୍ତି; ଏଥିପାଇଁ, ଏହି ଗୁଣଟି ସମ୍ପୂର୍ଣ୍ଣ ଭାବରେ ସମର୍ଥିତ ନୁହେଁ।

Ext3 ପାଇଁ ବର୍ଦ୍ଧନ

Red Hat Enterprise Linux 4.92 ରେ, EXT3 ଫାଇଲତନ୍ତ୍ରର ଦକ୍ଷତା ୮ ଟେରା-ବାଇଟର ପରିସୀମାକୁ ଅତିକ୍ରମ କରି ୧୬ ଟେରା-ବାଇଟ ପର୍ଯ୍ଯନ୍ତ ବୃଦ୍ଧି ହୋଇଛି। ଏହି ଦକ୍ଷତାକୁ ଗୋଟିଏ ପ୍ରଯୁକ୍ତିଜ୍ଞାନ ପୂର୍ବାବଲୋକନ ଭାବରେ ଅନ୍ତର୍ଭୂକ୍ତ କରାଯାଇଛି, ଏବଂ Red Hat Enterprise Linux 4.92 ର ଭବିଷ୍ଯତ ସଂସ୍କରଣରେ ସମ୍ପୂର୍ଣ୍ଣ ସହାୟତା ପ୍ରଦାନ କରିବାର ଲକ୍ଷ୍ଯ ରଖାଯାଇଛି।

ଜ୍ଞାତ ପ୍ରକାଶନ ଗୁଡିକ

  • bind ଉନ୍ନୟନ ତୃଟି: bind କୁ ଉନ୍ନୟନ କରିବା ସମୟରେ, ଗୋଟିଏ ସେପରି କୌଣସି ଫାଇଲ କିମ୍ବା ଡିରେକ୍ଟୋରି ନାହିଁ ତୃଟି ଘଟିପାରେ। ଏହା ଗୋଟିଏ ସ୍ଥାପନ କ୍ରମିକ ଦୋଷ ଯୋଗୁଁ ଘଟିଥାଏ, ଯାହାକୁ GA ପୂର୍ବରୁ ସମାଧାନ କରାଯିବ। ଏହାକୁ ସମାଧାନ କରିବା ପାଇଁ, ପ୍ରମୂଖ ଚାଳକ (ରୁଟ) ଭାବରେ ଲଗଇନ କରନ୍ତୁ ଏବଂ /usr/sbin/bind-chroot-admin --enable ନିର୍ଦ୍ଦେଶକୁ ଚଳାନ୍ତୁ (ଯଦି ଆପଣ bind-chroot ପ୍ଯାକେଜକୁ ସ୍ଥାପିତ ସ୍ଥାପିତ କରିଛନ୍ତି) କିମ୍ବା /usr/sbin/bind-chroot-admin --sync ନିର୍ଦ୍ଦେଶକୁ ଚଳାନ୍ତୁ (ଯଦି ଆପଣ caching-nameserver ପ୍ଯାକେଜକୁ ସ୍ଥାପିତ କରିଛନ୍ତି)।

  • caching-nameserver ଉନ୍ନୟନ ତୃଟି: caching-nameserver କୁ ଉନ୍ନୟନ କରିବା ସମୟରେ, ଲଗଟି ଗୋଟିଏ ଅବୈଧ ପ୍ରସଙ୍ଗ ତୃଟି ପ୍ରଦର୍ଶନ କଲା। ଏହା selinux-policy ପ୍ଯାକେଜରେ ଗୋଟିଏ ନିର୍ଭରତା ବିବାଦ ଯୋଗୁଁ ଘଟିଥାଏ, ଯାହାକୁ GA ପୂର୍ବରୁ ସମାଧାନ କରାଯିବ। ଏହାକୁ ସମାଧାନ କରିବା ପାଇଁ, ପ୍ରମୂଖ ଚାଳକ (ରୁଟ) ଭାବରେ ଲଗଇନ କରନ୍ତୁ ଏବଂ/usr/sbin/bind-chroot-admin --sync ନିର୍ଦ୍ଦେଶକୁ ଚଳାନ୍ତୁ।

  • କର୍ଣ୍ଣଲ ଏକକାଂଶ ପ୍ଯାକେଜ ମାନଙ୍କୁ (kmods) କେବଳ kABI ନିର୍ଭରକ ମାନଙ୍କ ସହିତ ଗଠନ କରିହେବ ଯଦି ସେଗୁଡିକୁ ଉଭୟ କର୍ଣ୍ଣଲ-ଡେଭେଲଏବଂ ଅନୁକୂଳ କର୍ଣ୍ଣଲ ପ୍ଯାକେଜ ସ୍ଥାପିତ ଏକ ତନ୍ତ୍ରରେ ଗଠନ କରାଯାଇଛି। ସେଥିପାଇଁ, ବର୍ତ୍ତମାନ kABI-ଉନ୍ନତ kmods ମାନଙ୍କୁ ଗୋଟିଏ ଅସ୍ଥାପିତ କର୍ଣ୍ଣଲରେ ଗଠନ କରିବା ସମ୍ଭବ ନୁହେଁ। ଏହି ଅକ୍ଷମତାକୁ GA ପୂର୍ବରୁ ସମାଧାନ କରାଯିବ।

  • ଆଧାର ବସ ଏଡେପ୍ଟର ଯାହାକି MegaRAID ଡ୍ରାଇଭରକୁ ବ୍ଯବହାର କରିଥାଏ, ତାହାକୁ "I2O" ପରିବର୍ତ୍ତେ "Mass Srorage" ଯନ୍ତ୍ରାନୁକରଣ ଧାରାରେ ଚଳାଇବା ପାଇଁ ବିନ୍ଯାସ କରିବା ଉଚିତ। ଏପରି କରିବା ପାଇଁ, ନିମ୍ନଲିଖିତ ପଦକ୍ଷେପ ମାନଙ୍କୁ ଅନୁସରଣ କରନ୍ତୁ:

    1. MegaRAID BIOS ବ୍ଯବସ୍ଥାପନ ଉପଯୋଗୀତା କୁ ଭରଣ କରନ୍ତୁ।

    2. ଏଡେପ୍ଟର ବିନ୍ଯାସ ତାଲିକା କୁ ଭରଣ କରନ୍ତୁ।

    3. ଅନ୍ଯାନ୍ଯ ଏଡେପ୍ଟର ଅଧୀନରେ, ଯନ୍ତ୍ରାନୁକରଣ ଧାରାକୁ ଚୟନ କରନ୍ତୁ ଏବଂ ଏହାକୁ ବହୁସଂଖ୍ଯକ ଭଣ୍ଡାର ସହିତ ବିନ୍ଯାସ କରନ୍ତୁ।

    ଯଦି ଏଡେପ୍ଟରକୁ ଭୂଲବଶତଃ "I2O" ଯନ୍ତ୍ରାନୁକରଣ ଧାରାରେ ବିନ୍ଯାସ କରାଯାଇଛି, ତାହାହେଲେ ତନ୍ତ୍ରଟି i2o ଡ୍ରାଇଭରକୁ ଧାରଣ କରିବାର ପ୍ରଚେଷ୍ଟା କରିବ। ଏହା ବିଫଳ ହେବ, ଏବଂ ଏଡେପ୍ଟରକୁ ନିଷ୍କ୍ରିୟ କରିବା ପାଇଁ ଚିତ୍ରଣ କରିବ।

    ପୂର୍ବ Red Hat Enterprise Linux ପ୍ରକାଶନ ସାଧାରଣତଃ MegaRAID ଡ୍ରାଇଭର ପୂର୍ବରୁ I20 ଡ୍ରାଇଭରକୁ ଧାରଣ କରିବା ପାଇଁ ପ୍ରଚେଷ୍ଟା କରି ନ ଥାଏ। ଏହା ଉପରେ ଦୃଷ୍ଟିପାତ ନ କରି, Linux ବ୍ଯବହାର କରୁଥିବା ସମୟରେ ହାର୍ଡୱେରକୁ ସର୍ବଦା "Mass Srorage" ଯନ୍ତ୍ରାନୁକରଣ ଧାରାରେ ବିନ୍ଯାସ କରାଯିବା ଉଚିତ ନୁହେଁ।

  • ext3 / jbd କର୍ଣ୍ଣଲ ତୃଟି: ଫାଇଲତନ୍ତ୍ର ପାଇଁ ଅତ୍ଯଧିକ I/O ଯେଉଁଠାରେ ଅଂଶର ଆକାର ପୃଷ୍ଠା ଆକାର ଠାରୁ କମ ଅଟେ, ଯାହାକି jbd କୁ ଅକାମି କରିଦେଇପାରେ।

    ଏହି ସମସ୍ଯାକୁ ତଦନ୍ତ କରାଯାଇଛି ଏବଂ ଏହାକୁ GA ରେ ସମାଧାନ କରାଯିବ।

  • ଆଭାସୀକରଣ ଅତିଥି ସ୍ଥାପନ ତୃଟି: ଗୋଟିଏ ଆଂଶିକ ଆଭାସୀକୃତ ଅତିଥିକୁ ଗୋଟିଏ ତନ୍ତ୍ର ଉପରେ eth1 ର ଗୋଟିଏ ପୂର୍ବନିର୍ଦ୍ଧାରିତ ଇଥରନେଟ ସଂଯୋଗ ସହିତ ସ୍ଥାପନ କଲେ, ଏହା ଗୋଟିଏ କୌଣସି ଡ୍ରାଇଭର ମିଳିଲା ନାହିଁ ତୃଟି ଦେଇଥାଏ। ଏହାକୁ ସମାଧାନ କରିବା ପାଇଁ, eth0 କୁ ପୂର୍ବନିର୍ଦ୍ଧାରିତ ଇଥରନେଟ ସଂଯୋଗ ଭାବରେ ବିନ୍ଯାସ କରନ୍ତୁ।

    ଏହି ସମସ୍ଯାକୁ ତଦନ୍ତ କରାଯାଇଛି ଏବଂ ଏହାକୁ GA ରେ ସମାଧାନ କରାଯିବ।

  • Anaconda incorrectly selects vesa driver: when Red Hat Enterprise Linux 4.92 is installed in text-only mode on a system with a geforce 5200-based video card, the vesa driver will be selected. This is incorrect, and will cause the screen to go blank once you run system-config-display. This issue will be resolved in GA.

    To work around this, open xorg.conf and change the line Driver "vesa" to Driver "nv".

  • Virtualization paravirt guest installation failure: attempting to install a paravirt guest on a system where SELinux is enabled will fail. This issue is being investigated and will be resolved in GA.

    To work around this, turn off SELinux before installing a paravirt guest.

  • Virtualization guest boot bug: when you install a fully virtualized guest configured with vcpus=2, the fully virtualized guest may take an unreasonably long time to boot up. This issue is being investigated and will be resolved in GA.

    To work around this, disable the guest ACPI by using the kernel parameters acpi=strict or acpi=static for the virtualized kernel during grub boot.

ସାଧାରଣ ସୂଚନା

ଏହି ଭାଗଟି ସାଧାରଣ ସୂଚନା ମାନଙ୍କୁ ଧାରଣ କରିଅଛି ଯାହାକି ଦଲିଲରେ ଥିବା ଅନ୍ଯ କୌଣସି ଭାଗକୁ ସୂଚୀତ କରୁନାହିଁ।

ଆଭାସୀକରଣ

i686 ଏବଂ x86-64 ପାଇଁ Red Hat Enterprise Linux 4.92 ଆଭାସୀକରଣ ଦକ୍ଷତା ପ୍ରଦାନ କରିଥାଏ, ଆହୁରି ମଧ୍ଯ ଗୋଟିଏ ଆଭାସୀକରଣ ପରବେଶକୁ ପରିଚାଳନ କରିବା ପାଇଁ ସଫଟୱେର ସଂରଚନା ଆବଶ୍ଯକ।

Red Hat Enterprise Linux 4.92 ରେ ଆଭାସୀକରଣ ପ୍ରକ୍ରିୟାର ନିଷ୍ପାଦନ hypervisor ଉପରେ ଆଧାରିତ, ଯାହାକି ଆଂଶିକ ଆଭାସୀକରଣ ଦ୍ବାରା ସ୍ବଳ୍ପ ବ୍ଯୟରେ ଆଭାସୀକରଣ ସୁବିଧା ଯୋଗାଇଥାଏ। Intel ଆଭାସୀକରଣ ବିଦ୍ଯା କିମ୍ବା AMD AMD-V ଦକ୍ଷ୍ଯ ସଂସାଧକ ମାନଙ୍କ ସହିତ, Red Hat Enterprise Linux 4.92 ରେ ଆଭାସୀକରଣ ପ୍ରକ୍ରିୟା ପ୍ରଚାଳନ ତନ୍ତ୍ର ମାନଙ୍କୁ ପୂର୍ଣ୍ଣ ଆଭାସୀକରଣ ଧାରାରେ ଅପରିବର୍ତ୍ତିତ ଭାବରେ ଚାଳନ ପାଇଁ ସ୍ବୀକାର କରିଥାଆନ୍ତି।

Red Hat Enterprise Linux 4.92 ରେ ଆଭାସୀକରଣ ନିମ୍ନଲିଖିତ ଗୁଣମାନଙ୍କୁ ମଧ୍ଯ ଧାରଣ କରିଅଛି:

  • Libvirt, ଗୋଟିଏ ଲାଇବ୍ରେରୀ ଅଟେ ଯାହାକି ଆଭାସୀ ମେସିନ ମାନଙ୍କୁ ପରିଚାଳନ କରିବା ପାଇଁ ଗୋଟିଏ ଅନୁକୂଳ, ସଂକ୍ଷିପ୍ତ API ପ୍ରଦାନ କରିଥାଏ।

  • ଆଭାସୀ ମେସିନ ପରିଚାଳକ, ଆଭାସୀ ମେସିନ ମାନଙ୍କ ଉପରେ ଦୃଷ୍ଟି ରଖିବା ପାଇଁ ଏବଂ ସେମାନଙ୍କୁ ପରିଚାଳନ କରିବା ପାଇଁ ଗୋଟିଏ ଆଲେଖୀକ ଉପଯୋଗୀତା।

  • ଆଭାସୀ ମେସିନ ମାନଙ୍କୁ କିକ-ଷ୍ଟାର୍ଟ କରିବାର ଦକ୍ଷତାକୁ ଅନ୍ତର୍ଭୂକ୍ତ କରିଥିବା ଆଭାସୀ ମେସିନ ସହାୟତା ସ୍ଥାପକରେ ଉପଲବ୍ଧ।

Red Hat ନେଟୱାର୍କ ଆଭାସୀ ମେସିନ ମାନଙ୍କୁ ମଧ୍ଯ ସମର୍ଥ କରିଥାଏ।

ୱେବ ସେବକ ପ୍ଯାକେଜିଙ୍ଗ ପରିବର୍ତ୍ତନ

Red Hat Enterprise Linux 4.92 ବର୍ତ୍ତମାନ ଆପାଚେ HTTP ସେବକର 2.2 ସଂସ୍କରଣକୁ ଧାରଣ କରିଅଛି। ଏହି ସଂସ୍କରଣଟି 2.0 ସଂସ୍କରଣ ଉପରେ ଗୁଡାଏ ଉନ୍ନତି ଆଣିଛି, ଯାହାକି ନିମ୍ନଲିଖିତ ଉନ୍ନୟନ ମାନଙ୍କୁ ସଂଲଗ୍ନିତ କରିଅଛି:

  • ଉନ୍ନତ କ୍ଯାଶିଙ୍ଗ ଏକକାଂଶ (mod_cache, mod_disk_cache, mod_mem_cache)

  • ପୂର୍ବ ସଂସ୍କରଣରେ ଥିବା ସୁରକ୍ଷା ଏକାଂକାଶକୁ ବଦଳାଇ, ବୈଧିକରଣ ଏବଂ ବୈଧିକରଣ ସହାୟତା ପାଇଁ ଗୋଟିଏ ନୂତନ ସଂଗଠନ

  • ପ୍ରୋକ୍ସି ଲୋଡ ଭାରସାମ୍ଯ ପାଇଁ ସହାୟତା (mod_proxy_balancer)

  • ୩୨-ବିଟ୍ ପ୍ଲାଟଫର୍ମରେ ବୃହତ ଫାଇଲ ମାନଙ୍କୁ (ସାଧାରଣତଃ, ୨ ଗିଗା-ବାଇଟରୁ ଅଧିକ) ନିୟନ୍ତ୍ରଣ କରିବା ପାଇଁ ସହାୟତା

ପୂର୍ବନିର୍ଦ୍ଧାରିତ httpd ବିନ୍ଯାସରେ ନିମ୍ନଲିଖିତ ପରିବର୍ତ୍ତନ ମାନ କରାଯାଇଛି:

  • mod_cern_meta ଏବଂ mod_asis modules ଏକକାଂଶ ମାନଙ୍କୁ ଏବେ ପୂର୍ବନିର୍ଦ୍ଧାରିତ ଭାବରେ ଧାରଣ କରାଯାଉ ନାହିଁ।

  • mod_ext_filter ଏକକାଂଶକୁ ବର୍ତ୍ତମାନ ପୂର୍ବନିର୍ଦ୍ଧାରିତ ଭାବରେ ଧାରଣ କରାଯାଉଛି।

ଯଦି Red Hat Enterprise Linux ର ଗୋଟିଏ ପୂର୍ବ ସଂସ୍କରଣରୁ ଉନ୍ନୟନ କରାଯାଉ ଥାଏ, ତାହାହେଲେ httpd ବିନ୍ଯାସକୁ httpd 2.2 ପାଇଁ ଉନ୍ନୟନ କରିବାକୁ ହେବ। ଅଧିକ ସୂଚନା ପାଇଁ ଏହି ୟୁ.ଆର.ଏଲ. କୁ ଦେଖନ୍ତୁ http://httpd.apache.org/docs/2.2/upgrading.html

ତୃତୀୟପକ୍ଷ ଏକକାଂଶ

httpd 2.0 ପାଇଁ ସଙ୍କଳନ କରାଯାଇଥିବା ଯେକୌଣସି ତୃତୀୟପକ୍ଷ ଏକକାଂଶକୁ httpd 2.2 ପାଇଁ ପୁନଃନିର୍ମାଣ କରିବା ଉଚିତ।

php

PHP ର 5.1 ସଂସ୍କରଣ ବର୍ତ୍ତମାନ Red Hat Enterprise Linux 4.92 ରେ ଅନ୍ତର୍ଭୂକ୍ତ, ଯାହାକି ଉଲ୍ଲେଖନୀୟ ଉନ୍ନତ ପ୍ରଦର୍ଶନ ସହିତ ଭାଷାରେ ଏକାଧିକ ପରିବର୍ତ୍ତନ ମାନଙ୍କୁ ଧାରଣ କରିଅଛି। ନୂତନ ସଂସ୍କରଣ ସହିତ ବ୍ଯବହାର ପାଇଁ କିଛି ସ୍କ୍ରିପ୍ଟ ମାନଙ୍କୁ ଉପଯୋଗୀ କରିବା ଆବଶ୍ଯକ; ଦୟାକରି PHP 4.3 ରୁ PHP 5.1 କୁ ଉତ୍ପ୍ରବାସନ କରିବା ପାଇଁ ନିମ୍ନଲିଖିତ ୟୁ.ଆର.ଏଲ. କୁ ଦେଖନ୍ତୁ:

http://www.php.net/manual/en/migration5.php

/usr/bin/php ନିଷ୍ପାଦ୍ଯକୁ ବର୍ତ୍ତମାନ CGI SAPI ବ୍ଯବହାର କରିବା ପରିବର୍ତ୍ତେ, CLI ପାଠ୍ଯ ନିର୍ଦ୍ଦେଶ SAPI ବ୍ଯବହାର କରି ନିର୍ମାଣ କରାଯାଇଛି। CGI SAPI ପାଇଁ /usr/bin/php-cgi କୁ ବ୍ଯବହାର କରନ୍ତୁ। php-cgi ର ନିଷ୍ପାଦ୍ଯ ମଧ୍ଯ FastCGI ସହାୟତାକୁ ଧାରଣ କରିଅଛି।

ନିମ୍ନଲିଖିତ ବିସ୍ତାରିତ ଏକକାଂଶ ମାନଙ୍କୁ ଯୋଗ କରାଯାଇଛି:

  • mysqli ବର୍ଦ୍ଧନ, ଗୋଟିଏ ନୂତନ ଅନ୍ତରାପୃଷ୍ଠଟି ବିଶେଷ ଭାବରେ MySQL 4.1 ପାଇଁ ପ୍ରସ୍ତୁତ କରାଯାଇଛି। ଏହାକୁ php-mysql ପ୍ଯାକେଜରେ ଅନ୍ତର୍ଭୂକ୍ତ କରାଯାଇଛି।

  • date, hash, Reflection, SPL ଏବଂ SimpleXML (php ପ୍ଯାକେଜ ସହିତ ପୂର୍ବରୁ ସଂଲଗ୍ନିତ)

  • pdo and pdo_psqlite (php-pdo ପ୍ଯାକେଜରେ)

  • pdo_mysql (php-mysql ପ୍ଯାକେଜରେ)

  • pdo_pgsql (php-pgsql ପ୍ଯାକେଜରେ)

  • pdo_odbc (php-odbc ପ୍ଯାକେଜରେ)

  • soap (php-soap ପ୍ଯାକେଜରେ)

  • xmlreader ଏବଂ xmlwriter (php-xml ପ୍ଯାକେଜରେ)

  • dom (php-xml ପ୍ଯାକେଜରେ; domxml ବର୍ଦ୍ଧନକୁ ବଦଳାଉଛି)

ନିମ୍ନଲିଖିତ ବିସ୍ତୃତ ଏକକାଂଶ ଗୁଡିକୁ ଏବେ ଅନ୍ତର୍ଭୂକ୍ତ କରାଯାଇ ନାହିଁ:

  • dbx

  • dio

  • yp

  • overload

  • domxml

PEAR ଗଠନ

PEAR ଗଠନଟି ବର୍ତ୍ତମାନ php-pear ପ୍ଯକେଜରେ ଆବଦ୍ଧ। କେବଳ ନିମ୍ନଲିଖିତ PEAR ଉପକରଣ ମାନ Red Hat Enterprise Linux 4.92 ରେ ଅନ୍ତର୍ଭୂକ୍ତ:

  • Archive_Tar

  • Console_Getopt

  • XML_RPC

kmod କର୍ଣ୍ଣଲ ଏକକାଂଶ ପ୍ଯାକେଜ ମାନଙ୍କୁ କର୍ଣ୍ଣଲ ABI ନିର୍ଭରତା ଅନୁସରଣ ପ୍ରକ୍ରିୟାରେ ଗଠନ କରୁଅଛି।

Red Hat Enterprise Linux 4.92 ରେ, ପ୍ରଚଳିତ କର୍ଣ୍ଣଲ ABI ସଂସ୍କରଣ ଉପରେ ନିର୍ଭର କରୁଥିବା ଏବଂ ଗୋଟିଏ ନିର୍ଦ୍ଦିଷ୍ଟ କର୍ଣ୍ଣଲ ସଂସ୍କରଣ ସଂଖ୍ଯା ଉପରେ ନିର୍ଭର କରୁ ନଥିବା ଅଦ୍ଯତିତ କର୍ଣ୍ଣଲ ଏକକାଂଶ ପ୍ଯାକେଜ ମାନଙ୍କୁ ଗଠନ କରିବା ସମ୍ଭବ। ଏକମାତ୍ର ସଂସ୍କରଣ ବ୍ଯତିଥ, ଏହା Red Hat Enterprise Linux 4.92 କର୍ଣ୍ଣଲ ମାନଙ୍କର ଗୋଟିଏ ପରିସର ମଧ୍ଯରେ କର୍ଣ୍ଣଲ ଏକକାଂଶ ମାନଙ୍କୁ ଗଠନ କରିବାର ସୁଯୋଗ ପ୍ରଦାନ କରିଥାଏ। ନିମ୍ନଲିଖିତ ପ୍ରକଳ୍ପ ୱେବ-ସାଇଟଟି ପ୍ଯାକେଜିଙ୍ଗ ପ୍ରକ୍ରିୟା ସମ୍ବନ୍ଧିତ ବହୁଳ ସୂଚନା, ଏବଂ ବିବିଧ ଉଦାହରଣ ମାନଙ୍କୁ ଧାରଣ କରିଅଛି। http://www.kerneldrivers.org/

ଗୋପନୀୟ ସ୍ବାପ ବିଭାଜନ ଏବଂ ରୁଟ-ବିହୀନ ଫାଇଲତନ୍ତ୍ର

ଗୋପନୀୟ ଶ୍ବାପ ବିଭାଜନ ଏବଂ ରୁଟ ବିହୀନ ଫାଇଲତନ୍ତ୍ର ମାନଙ୍କ ପାଇଁ Red Hat Enterprise Linux 4.92 ବର୍ତ୍ତମାନ ମୌଳିକ ସହାୟତା ପ୍ରଦାନ କରିଅଛି। ଏହି ଗୁଣଧର୍ମକୁ ବ୍ଯବହାର କରିବା ପାଇଁ, ଉପଯୁକ୍ତ ପ୍ରବିଷ୍ଟି ମାନଙ୍କୁ /etc/crypttab ରେ ଯୋଗ କରନ୍ତୁ ଏବଂ ସୃଷ୍ଟ ଉପକରଣ ମାନଙ୍କୁ /etc/fstab କୁ ନିର୍ଦ୍ଦେଶ କରନ୍ତୁ।

ତଳେ ଗୋଟିଏ /etc/crypttab ପ୍ରବିଷ୍ଟି ନମୁନାକୁ ଉଲ୍ଲେଖ କରାଯାଇଛି:

my_swap /dev/hdb1 /dev/urandom swap,cipher=aes-cbc-essiv:sha256
                        

ଏହା ଗୋପନୀୟ ବାକ୍ଯଖଣ୍ଡ ଉପକରଣ /dev/mapper/my_swap ସୃଷ୍ଟି କରିଥାଏ, ଯାହାକୁ /etc/fstab ସହିତ ସମ୍ବନ୍ଧୀତ କରିହେବ।

ଗୋଟିଏ ଫାଇଲତନ୍ତ୍ର ଘଲଫଳ ପାଇଁ ତଳେ ଗୋଟିଏ /etc/crypttab ପ୍ରବିଷ୍ଟି ନମୁନାକୁ ଉଲ୍ଲେଖ କରାଯାଇଛି:

my_volume /dev/hda5 /etc/volume_key cipher=aes-cbc-essiv:sha256
                        

/etc/volume_key ଫାଇଲ ଗୋଟିଏ ସାଧାରଣ ପାଠ୍ଯ ଗୋପନୀୟ ଚାବି ଧାରଣ କରିଅଛି। ଆପଣ କିଛିନୁହେଁ କୁ ପ୍ରମୂଖ ଫାଇଲ ନାମ ଭାବରେ ଉଲ୍ଲେଖ କରିପାରିବେ, ଯେଉଁଠାରେ ବୁଟ ସମୟରେ ତନ୍ତ୍ରଟି ଗୋପନୀୟ ଚାବି ମାଗିବ।

ଫାଇଲତନ୍ତ୍ର ଘନଫଳକୁ ବ୍ଯବସ୍ଥାପିତ କରିବା ପାଇଁ LUKS ର ବ୍ଯବହାର ପରାମର୍ଶିତ ଅଟେ। ଏପରି କରିବା ପାଇଁ, ନିମ୍ନଲିଖିତ ପଦକ୍ଷେପ ମାନଙ୍କୁ ଅନୁସରଣ କରନ୍ତୁ:

  1. cryptsetup luksFormat ନିର୍ଦ୍ଦେଶକୁ ବ୍ଯବହାର କରି ଗୋପନୀୟ ଘନଫଳ ସୃଷ୍ଟି କରନ୍ତୁ।

  2. /etc/crypttab ରେ ଆବଶ୍ଯକୀୟ ପ୍ରବିଷ୍ଟିକୁ ଯୋଗ କରନ୍ତୁ।

  3. cryptsetup luksOpen ନିର୍ଦ୍ଦେଶକୁ ବ୍ଯବହାର କରି ହସ୍ତକୃତ ଭାବରେ ଘନଫଳକୁ ବ୍ଯବସ୍ଥାପିନ କରନ୍ତୁ (କିମ୍ବା ପୁନଃଚାଳନ କରନ୍ତୁ)।

  4. ଗୋପନୀୟ ଘନଫଳରେ ଗୋଟିଏ ଫାଇଲତନ୍ତ୍ର ସୃଷ୍ଟି କରନ୍ତୁ

  5. /etc/fstab ରେ ଆବଶ୍ଯକୀୟ ପ୍ରବିଷ୍ଟିକୁ ଯୋଗ କରନ୍ତୁ।

ଆରୋହଣ ଏବଂ ଅନାରୋହଣ

mount ଏବଂ umount ନିର୍ଦ୍ଦେଶ ଗୁଡିକ ବର୍ତ୍ତମାନ ପ୍ରତ୍ଯେକ୍ଷ ଭାବରେ NFS କୁ ସହାୟକ ନୁହଁନ୍ତି; ସେଠାରେ ଆଉ ଏବେ ଗୋଟିଏ ପୂର୍ବ ବିନ୍ଯସ୍ତ ଗ୍ରାହକ ନାହିଁ। ଗୋଟିଏ ଭିନ୍ନ nfs-utils ପ୍ଯାକେଜ, ଯାହାକି /sbin/mount.nfs ଏବଂ /sbin/umount.nfs ସହାୟକ ମାନଙ୍କୁ ପ୍ରଦାନ କରିଥାଏ, ସେମାନଙ୍କୁ ସ୍ଥାପନ କରାଯିବା ଉଚିତ।

CUPS ମୂଦ୍ରଣୀ ସନ୍ଧାନ

ଗୋଟିଏ ସ୍ଥାନୀୟ ସବନେଟରେ ଖୋଜୁଥିବା CUPS ମୂଦ୍ରଣୀକୁ system-config-printer ଆଲେଖୀକ ଉପକରଣ ବ୍ଯବହାର କରି ବିନ୍ଯାସ କରିହେବ। ଏହାକୁ CUPS ୱେବ ଅନ୍ତରାପୃଷ୍ଠ, http://localhost:631/ ରେ ମଧ୍ଯ ବିନ୍ଯାସ କରିହେବ।

ସବନେଟ ମାନଙ୍କରେ ଖୋଜୁଥିବା ମୂଦ୍ରଣୀ ପାଇଁ ନିର୍ଦ୍ଦେଶିତ ପ୍ରସାରଣ ବ୍ଯବହାର କରିବା ପାଇଁ, ଗ୍ରାହକ ମାନଙ୍କ ନିକଟରେ /etc/cups/cupsd.conf ଖୋଲନ୍ତୁ ଏବଂ BrowseAllow @LOCAL କୁ BrowseAllow ALL ପରି ଭାବରେ ବଦଳାନ୍ତୁ।

ଆନ୍ତର୍ଜାତିକତା

ଏହି ଭାଗଟି Red Hat Enterprise Linux 4.92 ଅଧୀନରେ ଭାଷା ସହାୟତା ପାଇଁ ସୂଚନା ଧାରଣ କରିଅଛି।

ନିବେଶ ପ୍ରଣାଳୀ

ଏହି ସଂସ୍କରଣରେ ଏସିଆନ ଏବଂ ଅନ୍ଯାନ୍ଯ ଭାଷା ମାନଙ୍କ ପାଇଁ SCIM (ସ୍ମାର୍ଟ ସାଧାରଣ ନିବେଶ ପ୍ରଣାଳୀ) କୁ IIIMF ନିବେଶ ପ୍ରଣାଳୀକୁ ବଦଳାଇଛି। SCIM ପାଇଁ ପୂର୍ବନିର୍ଦ୍ଧାରିତ ନିବେଶ ପ୍ରଣାଳୀ ଏକକାଂଶକୁ Ryo Dairiki ଙ୍କ ଦ୍ବାରା scim-bridge ପ୍ରଦାନ କରାଯାଇଛି; QT ରେ, ଏହାକୁ scim-qtimm ଦ୍ବାରା ପ୍ରଦାନ କରାଯାଇଛି।ବ ନିର୍ଦ୍ଧାରିତ ଅଟେ।

ନିମ୍ନଲିଖିତ ଗୁଡିକ ବିଭିନ୍ନ ଭାଷା ପାଇଁ ପୂର୍ବନିର୍ଦ୍ଧାରିତ ସଂକ୍ଷିପ୍ତ ଚାବି ଅଟନ୍ତି:

  • ସମସ୍ତ ଭାଷା: Ctrl-Space

  • ଜାପାନୀ: Zenkaku-Hankaku or Alt-`

  • କୋରୀୟାନ: Shift-Space

ଯଦି SCIM ସ୍ଥାପିତ ହୋଇଛି, ଏହା ଚାଳକ ପାଇଁ ପୂର୍ବନିର୍ଦ୍ଧାରିତ ଭାବରେ ଚାଲିବ।

ଭାଷା ସ୍ଥାପନ

ଏସିଆନ ସ୍ଥାପନ ପାଇଁ SCIM କୁ ପୂର୍ବନିର୍ଦ୍ଧାରିତ ଭାବରେ ସ୍ଥାପନ କରାଯାଇଛି। ଅନ୍ଯଥା, ଆପଣ ପ୍ଯାକେଜ ପରିଚାଳକ (pirut) କୁ ବ୍ଯବହାର କରିପାରିବେ, ଅତିରିକ୍ତ ସମର୍ଥିତ ଭାଷା ପାଇଁ "Languages" ଉପାଦାନକୁ, କିମ୍ବା ଏହି ନିର୍ଦ୍ଦେଶକୁ ବ୍ଯବହାର କରିପାରିବେ:


su -c 'yum groupinstall <language>-support'
                        

ଉପରେ ଥିବା ନିର୍ଦ୍ଦେଶରେ, <language> ନିମ୍ନଲିଖିତ ମଧ୍ଯରୁ ଗୋଟିଏ ହୋଇପାରେ Assamese, Bengali, Chinese, Gujarati, Hindi, Japanese, Kannada, Korean, Malayalam, Marathi, Oriya,Punjabi, Sinhala, Tamil, Thai, or Telugu.

im-chooser

im-chooser ଭାବରେ ନାମିତ ଗୋଟିଏ ନୂତନ ଚାଳକ ବିନ୍ଯାସ ଉପକରଣକୁ ଯୋଗ କରାଯାଇଛି, ଯାହାକି ଆପଣଙ୍କୁ ସହଜରେ ଆପଣଙ୍କ ଡେସ୍କଟପର ନିବେଶ ପ୍ରଣାଳୀକୁ ନିଷ୍କ୍ରିୟ ଏବଂ ସକ୍ରିୟ କରିବାର ଅନୁମତି ପ୍ରଦାନ କରିଥାଏ। ତେଣୁ ଯଦି SCIM ସ୍ଥାପିତ ହୋଇଅଛି କିନ୍ତୁ ଆପଣ ତାହାକୁ ଆପଣଙ୍କ ଡେସ୍କଟପରେ ସ୍ଥାପନ କରିବା ପାଇଁ ଚାହୁଁନାହାଁନ୍ତି, ତାହାହେଲେ ଆପଣ ତାହାକୁ im-chooser ନିର୍ଦ୍ଦେଶ ବ୍ଯବହାର କରି ନିଷ୍କ୍ରିୟ କରିପାରିବେ।

xinputrc

ଗୋଟିଏ X ବ୍ଯବସ୍ଥାପନରେ, xinput.sh ବର୍ତ୍ତମାନ ଉତ୍ସ ଗୁଡିକ ~/.xinputrc କୁ ଚଳାଇ ଥାଆନ୍ତି କିମ୍ବା /etc/X11/xinit/xinputrc ବିନ୍ଯାସ ଫାଇଲ ମାନଙ୍କୁ ତଳେ ଖୋଜିବା ପରିବର୍ତ୍ତେ ~/.xinput.d/ ରେ କିମ୍ବା /etc/xinit/xinput.d/ ରେ ଖୋଜି ଥାଆନ୍ତି।

Firefox ରେ ପେଙ୍ଗୋ ସହାୟତା

Red Hat Enterprise Linux 4.92 ରେ Firefox ଟି ପେଙ୍ଗୋ ସହିତ ନିର୍ମିତ ହୋଇଅଛି, ଯାହାକି କିଛି ନିର୍ଦ୍ଦିଷ୍ଟ ସ୍କ୍ରିପ୍ଟ ପାଇଁ ଉନ୍ନତ ସହାୟତା ପ୍ରଦାନ କରିଥାଏ, ଯେପରିକି Indic ଏବଂ କିଛି CJK ସ୍କ୍ରିପ୍ଟ।

ପେଙ୍ଗୋର ବ୍ଯବହାରକୁ ନିଷ୍କ୍ରିୟ କରିବା ପାଇଁ, ଆପଣଙ୍କ ପରିବେଶରେ Firefox କୁ ଚଳାଇବା ପୂର୍ବରୁ MOZ_DISABLE_PANGO=1 କୁ ବିନ୍ଯାସ କରନ୍ତୁ।

ଅକ୍ଷର ରୂପ

କୃତ୍ରିମ ପ୍ରଣାଳୀରେ ପ୍ରସ୍ତୁତ ଏବଂ ଗାଢ ଅକ୍ଷର ବିହୀନ ଅକ୍ଷରରୂପକୁ ଉତ୍ସାହିତ କରିବା ପାଇଁ ଏବେ ସହାୟତା ଉପଲବ୍ଧ।

ଚାଇନିଜ ପାଇଁ ନୂତନ ଅକ୍ଷରରୂପକୁ ଯୋଗ କରାଯାଇଛି: AR PL ShanHeiSun Uni (uming.ttf) and AR PL ZenKai Uni (ukai.ttf)। ପୂର୍ବନିର୍ଦ୍ଧାରିତ ଅକ୍ଷରରୂପଟି AR PL ShanHeiSun Uni ଅଟେ, ଯାହାକି ଦ୍ରୁଢ ସଂଯୋଜିତ ବିଟ୍ମ୍ଯାପକୁ ଧାରଣ କରିଅଛି। ଯଦି ଆପଣ ବାହ୍ଯରେଖା ଚିତ୍ରକୁ ପସନ୍ଦ କରୁଛନ୍ତି, ଆପଣ ନିମ୍ନଲିଖିତ ଅଂଶକୁ ଆପଣଙ୍କ ଫାଇଲରେ ଯୋଗ କରିପାରିବେ ~/.font.conf:

<fontconfig>
 <match target="font">
   <test name="family" compare="eq">
     <string>AR PL ShanHeiSun Uni</string>
   </test>
   <edit name="embeddedbitmap" mode="assign">
     <bool>false</bool>
   </edit>
 </match>
</fontconfig>                                 
                        

gtk2 IM ଉପତାଲିକା

Gtk2 ପ୍ରସଙ୍ଗ ତାଲିକା IM ଉପତାଲିକାଟି ଏବେ ପୂର୍ବନିର୍ଦ୍ଧାରିତ ଭାବରେ ଦ୍ରୁଶ୍ଯ ହେଉ ନାହିଁ। ଆପଣ ଏହାକୁ ପାଠ୍ଯ ନିର୍ଦ୍ଦେଶରେ ନିମ୍ନଲିଖିତ ନିର୍ଦ୍ଦେଶ ଦ୍ବାରା ସକ୍ରିୟ କରିପାରିବେ:


gconftool-2 --type bool --set '/desktop/gnome/interface/show_input_method_menu' true
                        

CJK ରେ ପାଠ୍ଯ ସ୍ଥାପନ ପାଇଁ ସହାୟତା

CJK (ଚୀନି, ଜାପାନୀ, ଏବଂ କୋରିୟାନ) ଚିତ୍ରଣ ପ୍ରକ୍ରିୟା ସହାୟତାକୁ ଆନାକୋଣ୍ଡା ପାଠ୍ଯ ସ୍ଥାପନରୁ କାଢି ନିଆଯାଇଛି। ପାଠ୍ଯ ସ୍ଥାପନ ପ୍ରଣାଳୀଟି ଦୀର୍ଘକାଳ ପାଇଁ GUI ସ୍ଥାପନ ପରି ପସନ୍ଦୀୟ ନୁହେଁ, VNC ଏବଂ କିକ-ଷ୍ଟାର୍ଟ ପ୍ରଣାଳୀ ଗୁଡିକୁ ଅଧିକ ପ୍ରାଧାନ୍ଯ ଦିଆଯାଇଥାଏ।

gtk2 ଥାକ

Red Hat Enterprise Linux ରେ ନିମ୍ନଲିଖିତ ପ୍ଯାକେଜ ମାନଙ୍କୁ ଅନୁଚିତ ମନେ କରାଯାଇଛି ଏବଂ ଅପସାରଣ କରିବା ପାଇଁ ସ୍ଥିର କରାଯାଇଛି:

  • gtk+

  • gdk-pixbuf

  • glib

ଏହି ପ୍ଯାକେଜ ମାନଙ୍କୁ gtk2 ଥାକ ପାଇଁ ଅନୁଚିତ ମନେ କରାଯାଇଛି, ଯାହାକୁ ବିଶେଷ ଭାବରେ ଆନ୍ତର୍ଜାତିକରଣ ଏବଂ ଅକ୍ଷରରୂପ ନିୟନ୍ତ୍ରଣରେ ଉନ୍ନତ ଉପଯୋଗୀତା ପ୍ରଦାନ କରିଥାଏ।

CJK input on console

If you need to display Chinese, Japanese, or Korean on the console, you need to setup a framebuffer. To do this, install bogl and bogl-bterm, and run bterm on the framebuffer. Note that the kernel framebuffer module depends on the graphics chipset in your machine.

କର୍ଣ୍ଣଲ ଟିପ୍ପଣୀ

ଏହି ଅଂଶଟି 2.6.9 (ଯେଉଁଥିରେ Red Hat Enterprise Linux 4 ଆଧାରିତ) ଏବଂ 2.6.18 (ଯେଉଁଥିରେ Red Hat Enterprise Linux 4.92 ରହିବ) ମଧ୍ଯରେ ୧୨ ଜୁଲାଇ, ୨୦୦୬ ପର୍ଯ୍ଯନ୍ତ ଥିବା ବିଭେଦକୁ ଲେଖିଅଛି। ଅତିରିକ୍ତ ଗୁଣ, ଯାହାକି ସ୍ରୋତର ବିପରୀତ ଦିଗରେ ଚାଲୁଅଛି (ଉଦାହରଣ ସ୍ବରୂପ, ଆଭାସୀକରଣ) ଯାହାକି 2.6.18 କିମ୍ବା 2.6.19 ରେ ଦେଖାଦେବେ, ସେଗୁଡିକୁ ଏହି ମୁଖାଂଶରେ ଉଲ୍ଲେଖ କରାଯାଇ ନାହିଁ। ଅନ୍ଯ ଅର୍ଥରେ, ଏହି ତାଲିକାଟି କେବଳ ସମାନଙ୍କୁ ପ୍ରଦର୍ଶନ କରିଥାଏ ଯେଉଁ ଗୁଡିକ ବର୍ତ୍ତମାନ ପର୍ଯ୍ଯନ୍ତ Linus ବୃକ୍ଷର ସ୍ରୋତରେ ସଂଲଗ୍ନିତ ହୋଇଛି, ସେହି ସାଧନ ଗୁଡିକ ନୁହେଁ ଯାହା ପ୍ରଗତି ପଥରେ ଅଛି। ଆନୁଷଙ୍ଗିକ ଭାବରେ, ଏହି ତାଲିକାଟି ଅନ୍ତିମ ନୁହେଁ, କିମ୍ବା ନୂତନ Red Hat Enterprise Linux 4.92 ର ସମ୍ପୂର୍ଣ୍ଣ ଗୁଣର ସୂଚୀକୁ ଧାରଣ କରିନାହିଁ। ତଥାପି ଏହା Red Hat Enterprise Linux 4.92 ରୁ ପ୍ରତ୍ଯାଶିତ ଗୁଣ ମାନଙ୍କୁ ଉତ୍ତମ ରୂପରେ ଦୃଷ୍ଟିପାତ କରିଅଛି। ଆଉମଧ୍ଯ ଏହା ଦୃଷ୍ଟି ରଖନ୍ତୁ ଯେ ଏହି ଅଂଶଟି କେବଳ ସ୍ରୋତରେ ପରିବର୍ତ୍ତିତ ମୁଖାଂଶକୁ ନେଇଥାଏ, ଏବଂ ଏହା ସମ୍ପୂର୍ଣ୍ଣ ଭାବରେ ବ୍ଯାପକ ବିବରଣୀ ନୁହେଁ। ଏହା ଅଧିକାଂଶ ନିମ୍ନସ୍ତରୀୟ ହାର୍ଡୱେର ସହାୟତା ବୃଦ୍ଧି ଏବଂ ଉପକରଣ ଚାଳକର ସୂଚନାକୁ ଉଲ୍ଲେଖ କରିନାହିଁ।

ନିମ୍ନଲିଖିତ ୟୁ.ଆର.ଏଲ. ଟି ପରବର୍ତ୍ତୀ ସ୍ତରର ବିସ୍ତୃତ ବିବରଣୀ ପ୍ରଦର୍ଶନ ପାଇଁ ଗୋଟିଏ ଭଲ ଉତ୍ସ:

http://kernelnewbies.org/LinuxChanges

ପ୍ରଦର୍ଶନ / ସମାନୁପାତିକରଣ
  • ବଡ କର୍ଣ୍ଣଲ ଅପରିବର୍ତ୍ତନୀୟ ଅଗ୍ରକ୍ରୟ ଅଧିକାର (2.6.10)

  • ସ୍ବେଚ୍ଛାସେବୀ ଅଗ୍ରକ୍ରୟ ଅଧିକାର ପ୍ଯାଚ ମାନ (2.6.13) (Red Hat Enterprise Linux 4 ରେ ଉପସେଟ)

  • futexes ପାଇଁ ହାଲୁକା ଚାଳକ କ୍ଷେତ୍ର ଅଗ୍ରାଧିକାର ଗୁଣ (PI) ସହାୟତା, ଯାହାକି ବାସ୍ତବ ସମୟ ପ୍ରୟୋଗ ମାନଙ୍କ ପାଇଁ ଲାଭପ୍ରଦ ହୋଇଥାଏ (2.6.18)

  • ନୂତନ 'mutex' ଅପ୍ରଶିକ୍ଷିତ ଶୈଳୀ (2.6.16)

  • ଅଧିକ ବିଭେଦନ କାଳ ମାପକ (2.6.16)

    • kernel/timer.c କାର୍ଯ୍ଯକାରି ସ୍ବଳ୍ପ-ବିଭେଦନ ସମୟ ସମାପ୍ତ API ଅନୁସାରେ, ତନ୍ତ୍ରର ବିନ୍ଯାସ ଏବଂ ଦକ୍ଷତା ଉପରେ ନିର୍ଭର କରି hrtimers ସର୍ବତ୍କ୍ରୁଷ୍ଠ ବିଭେଦନ ପ୍ରଦାନ କରିଥାଏ। ଏହି କାଳ ମାପକ ଗୁଡିକ ବର୍ତ୍ତମାନ itimers, POSIX timers, nanosleep ଏବଂ precise in-kernel ଟାଇମିଙ୍ଗ ପାଇଁ ବ୍ଯବହୃତ ହୋଇ ଥାଆନ୍ତି।

  • ଏକକ, ସମ୍ମୁଖରେ ପରିବର୍ତ୍ତନୀୟ ନିୟନ୍ତ୍ରକ (2.6.10)

    • Red Hat Enterprise Linux 4 ରେ କେବଳ ବୁଟ ବିକଳ୍ପ ଦ୍ବାରା ଏହା ଯଥାପଯୋଗୀ (କ୍ରମ-ପ୍ରତି ପରିବର୍ତ୍ତେ ଏହା ତନ୍ତ୍ର-ବ୍ଯାପି ଅଟେ)।

  • ୪-ସ୍ତରୀୟ ପୃଷ୍ଠା ସାରଣୀକୁ ରୂପାନ୍ତରଣ (2.6.11)

    • ୫୧୨ ଗିଗା-ବାଇଟ୍ ରୁ ୧୨୮ ଟେରା-ବାଇଟ୍ ପର୍ଯ୍ଯନ୍ତ ସ୍ମୃତି ବର୍ଦ୍ଧନ ପାଇଁ x86-64 କୁ ଅନୁମତି ପ୍ରଦାନ କରିଥାଏ

  • ନୂତନ ପାଇପ ରୂପାୟନ (2.6.11)

    • ପାଇପ ବ୍ଯାଣ୍ଡପ୍ରସ୍ଥରେ ୩୦-୪୦% ପ୍ରଦର୍ଶନର ଉନ୍ନତି

    • ବୃତ୍ତାକାର ବଫରଟି ଲେଖକକୁ ପ୍ରତିବନ୍ଧ କରିବା ପରିବର୍ତ୍ତେ ଅଧିକ ବଫରିଙ୍ଗକୁ ସ୍ବୀକାର କରିଥାଏ

  • "ବଡ କର୍ଣ୍ଣଲ ସିମାଫୋର": ବୃହତ କର୍ଣ୍ଣଲ ତାଳକକୁ ସିମାଫୋରରେ ରୂପାନ୍ତରିତ କରିଥାଏ

    • ଲମ୍ବା ଅପରିବର୍ତ୍ତନୀୟ ବିରତି ସମୟକୁ ବିଭାଜିତ କରି ଏବଂ ସ୍ବେଚ୍ଛାକ୍ରୁତ ଅଗ୍ରାଧିକାରକୁ ଯୋଗ କରି ପ୍ରସୁପ୍ତି ସମୟକୁ କମାଇଥାଏ

  • X86 "SMP alternatives"

    • ଉପଲବ୍ଧ ପ୍ଲାଟଫର୍ମ ଅନୁସାରେ ଗୋଟିଏ ଚାଳନ ସମୟ କର୍ଣ୍ଣଲ ପ୍ରତିଛବିକୁ ଉନ୍ନତ କରିଥାଏ

    • ref: http://lwn.net/Articles/164121/

  • kernel-headers ପ୍ଯାକେଜ

    • glibc-kernheaders ପ୍ଯାକେଜକୁ ପରିବର୍ତ୍ତନ କରନ୍ତୁ

    • 2.6.18 କର୍ଣ୍ଣଲର ନୂତନ headers_install ଗୁଣ ସହିତ ଉନ୍ନତ ଉପଯୁକ୍ତତା ପ୍ରଦାନ କରିଥାଏ

    • ଉଲ୍ଳେଖନୀୟ କର୍ଣ୍ଣଲ ଶୀର୍ଷକ ସମ୍ବନ୍ଧୀତ ପରିବର୍ତ୍ତନ ମାନ:

      • <linux/compiler.h> ଶୀର୍ଷକ ଫାଇଲକୁ ଅପସାରଣ କରାଯଆଇଛି, କାରଣ ଏହା ଆଉ ଉପଯୋଗୀ ନୁହେଁ

      • _syscallX() ମାକ୍ରୋସକୁ ଅପସାରଣ କରାଯାଇଛି; C ଲାଇବ୍ରେରୀ ପରିବର୍ତ୍ତେ ଚାଳକ-ସ୍ଥାନ syscall() କୁ ବ୍ଯବହାର କରିବା ଉଚିତ

      • <asm/atomic.h> ଏବଂ <asm/bitops.h> ଶୀର୍ଷକ ଫାଇଲ ମାନଙ୍କୁ ଅପସାରଣ କରାଯାଇଛି; C ସଙ୍କଳକ (କମ୍ପାଇଲର) ଚାଳକ-କ୍ଷେତ୍ର ପ୍ରୋଗ୍ରାମ ପାଇଁ ନିଜସ୍ବ ସୁକ୍ଷ୍ମ ପୂର୍ବ ବିନ୍ଯସ୍ତ ଫଳନ ମାନଙ୍କୁ ପ୍ରଦାନ କରିଥାଏ

      • ପୂର୍ବରୁ #ifdef __KERNEL__ ଦ୍ବାରା ସୁରକ୍ଷିତ ବିଷୟବସ୍ତୁକୁ ବର୍ତ୍ତମାନ unifdef ଉପକରଣ ଦ୍ବାରା ସମ୍ପୂର୍ଣ୍ଣ ରୂପରେ ଅପସାରଣ କରାଯାଇଛି; ଚାଳକ-ସ୍ଥାନରେ ଦୃଶ୍ଯମାନ ନ ହେବା ଅଂଶ ମାନଙ୍କୁ ଦେଖିବା ପାଇଁ __KERNEL___ ବ୍ଯାଖ୍ଯା କରାଯିବାରୁ ଏହା ଆଉ କାର୍ଯ୍ଯକ୍ଷମ ନାହିଁ

      • କିଛି ସ୍ଥାପତ୍ଯରୁ PAGE_SIZE ମାକ୍ରୋକୁ ଅପସାରଣ କରାଯାଇଛି, ପୃଷ୍ଠା ଆକାରର ଭିନ୍ନତା ଯୋଗୁଁ; ଚାଳକ-କ୍ଷେତ୍ର sysconf (_SC_PAGE_SIZE) କିମ୍ବା getpagesize() ନିର୍ଦ୍ଦେଶକୁ ବ୍ଯବହାର କରିବା ଉଚିତ

    • ଚାଳକ-କ୍ଷେତ୍ର ପାଇଁ ଉନ୍ନତ ଉପଯୁକ୍ତତା ପ୍ରଦାନ କରିବା ପାଇଁ, ଅନେକ ଶୀର୍ଷକ ଫାଇଲ ଏବଂ ଶୀର୍ଷକ ବିଷୟ ବସ୍ତୁକୁ ଅପସାରଣ କରାଯାଇଛି

ନିର୍ଦ୍ଦିଷ୍ଟ ଗୁଣ ମିଶ୍ରଣ

  • kexec and kdump (2.6.13)

    • netdump ଫାଇଲକୁ kexec ଏବଂ kdump ଫାଇଲ ମାନଙ୍କ ଦ୍ବାରା ବଦଳାଯାଇଛି, ଯାହାକି ତୃଟି ନିର୍ଣ୍ଣାୟକ ପାଇଁ ଦୃତ ବୁଟ-ଅପ ଏବଂ ବିଶ୍ବସ୍ତ କର୍ଣ୍ଣଲ vmcores ସୃଷ୍ଟିକୁ ନିଶ୍ଚିତ କରିଥାଏ। ଅଧିକ ସୂଚନା ଏବଂ ବିନ୍ଯାସ ଅନୁଦେଶ ପାଇଁ, ଦୟାକରି usr/share/doc/kexec-tools-<version>/kexec-kdump-howto.txt କୁ ନିର୍ଦ୍ଦେଶ କରନ୍ତୁ (<version> କୁ ସ୍ଥାପିତ ହୋଇଥିବା ଅନୁରୂପ kexec-tools ସଂସ୍କରଣ ସହିତ ବଦଳାନ୍ତୁ)।

  • inotify (2.6.13)

    • ନିମ୍ନଲିଖିତ syscalls ମାନଙ୍କ ଦ୍ବାରା ଏଗୁଡିକ ପାଇଁ ଚାଳକ ଅନ୍ତରାପୃଷ୍ଠ: sys_inotify_init, sys_inotify_add_watch, ଏବଂ sys_inotify_rm_watch

  • ପ୍ରକ୍ରିୟା ଘଟଣା ସଂଯୋଜକ (2.6.15)

    • fork କୁ ଜଣାଇଥାଏ, ଚାଳକ-ସ୍ଥାନର ସଂସାଧକ ପାଇଁ fork, ପରିଚୟ ବିନିମୟ, ଏବଂ ପ୍ରସ୍ଥାନ ଘଟଣା ମାନ।

    • ପ୍ରୟୋଗ ଯାହାକି ଏହି ଘଟଣା ମାନଙ୍କୁ ସମୀକ୍ଷଣ/ ଗଣନା ପାଇଁ ଲାଭପ୍ରଦ ହୋଇଥାଏ (ଉଦାହରଣ ସ୍ବରୂପ, ELSA), ତନ୍ତ୍ର କାର୍ଯ୍ଯକଳାପ ପ୍ରଦର୍ଶିକା (ଉଦାହରଣ ସ୍ବରୂପ, top), ସୁରକ୍ଷା, ଏବଂ ସମ୍ବଳ ପରିଚାଳନା (ଉଦାହରଣ ସ୍ବରୂପ, CKRM)। ଭାଷାତତ୍ତ୍ବ ପ୍ରତି-ଚାଳକ-ନାମକ୍ଷେତ୍ର ଭଳି ଭବିଷ୍ଯତ ନିର୍ମାଣ ବ୍ଲକ, "ଫାଇଲ ମାନଙ୍କୁ ଡିରେକ୍ଟୋରି ଭାବରେ" ଏବଂ ସଂସ୍କରଣ ବିଶିଷ୍ଟ ଫାଇଲତନ୍ତ୍ର ମାନଙ୍କୁ ପ୍ରଦାନ କରିଥାଏ।

  • ନିର୍ଦ୍ଦିଷ୍ଟ RTC (ବାସ୍ତବ ସମୟ ପ୍ରଦର୍ଶନ କରୁଥିବା ଘଡି) ଉପତନ୍ତ୍ର (2.6.17)

  • splice (2.6.17)

    • ନୂତନ IO କୌଶଳ ଯାହାକି ପ୍ରୟୋଗ ମାନଙ୍କ ମଧ୍ଯରେ ତଥ୍ଯ ସ୍ଥାନାନ୍ତରିତ ହେବା ସମୟରେ ତଥ୍ଯକୁ ଆଗ୍ରହ୍ଯ କରିଦିଏ

    • ref: http://lwn.net/Articles/178199/

  • ବାକ୍ଯଖଣ୍ଡ କ୍ରମ IO ଅନ୍ବେଷଣ ସହାୟତା (blktrace): ଚାଳକ ମାନଙ୍କୁ ଗୋଟିଏ ବାକ୍ଯଖଣ୍ଡ ଯନ୍ତ୍ର କ୍ରମରେ ଘଟିତ ଯେ କୌଣସି ଯାତାୟାତକୁ ଦେଖିବା ପାଇଁ ଅନୁମତି ପ୍ରଦାନ କରିଥାଏ, ଯାହାକି ଡିସ୍କଟି କଣ କରୁଛି ତାହାର ବିସ୍ତୃତ ବିବରଣୀ ପ୍ରଦାନ କରିଥାଏ। (2.6.17)

ଫାଇଲତନ୍ତ୍ର / LVM

  • EXT3

    • ext3 ବାକ୍ଯଖଣ୍ଡ ସଂରକ୍ଷଣ (2.6.10) (Red Hat Enterprise Linux 4 ରେ)

    • ext3 ଅନ-ଲାଇନ୍ ପୁନଃ ଆକାର ପ୍ଯାଚ (2.6.10) (Red Hat Enterprise Linux 4 ରେ)

    • ext3 ରେ ଥିବା ବୃହତ inode ଅଂଶରେ ବିସ୍ତାରିତ ଗୁଣ ପାଇଁ ସହାୟତା: ଖାଲି ସ୍ଥାନ ମାନଙ୍କୁ ବଞ୍ଚାଏ ଏବଂ କିଛି ସ୍ଥଳରେ ପ୍ରଦର୍ଶନକୁ ଉନ୍ନତ କରିଥାଏ (2.6.11)

  • ଉପକରଣ ସମିକରକ ଏକାଧିକ ପଥ ସହାୟକ (Red Hat Enterprise Linux 4)

  • NFSv3 ଏବଂ NFSv4 ପାଇଁ ACL ସହାୟତା (2.6.13)

  • NFS: ତାରରେ ଅଧିକ ପଠନ ଏବଂ ଲିଖନକୁ ସହାୟତା ପ୍ରଦାନ କରିଥାଏ (2.6.16)

    • Linux NFS ଗ୍ରାହକ ବର୍ତ୍ତମାନ ୧ ମେଗା-ବାଇଟ ପର୍ଯ୍ଯନ୍ତ ସ୍ଥାନାନ୍ତରଣ ଆକାର ପାଇଁ ସହାୟକ।

  • FUSE (2.6.14)

    • ଗୋଟିଏ ଚାଳକ ସ୍ଥାନ ପ୍ରୋଗ୍ରାମରେ ଗୋଟିଏ ସମ୍ପୂର୍ଣ୍ଣ କାର୍ଯ୍ଯରତ ଫାଇଲତନ୍ତ୍ରକୁ ସାଧନ କରିବା ପାଇଁ ସ୍ବୀକାର କରିଥାଏ

  • VFS ପରିବର୍ତ୍ତନ

  • ବଡ CIFS ଅଦ୍ଯତନ (2.6.16)

    • କେର୍ବେରୋଶ ଏବଂ CIFS ACL ସହାୟତା ସହିତ ଆହୁରି ମଧ୍ଯ ଅନେକ ଉନ୍ନତ ପ୍ରଦର୍ଶନ ମାନଙ୍କୁ ଉପସ୍ଥାପନ କରିଅଛି

  • autofs4: ଚାଳକ ସ୍ଥାନ autofs (2.6.18) ପାଇଁ ସିଧାସଳଖ ଆରୋହଣ ସହାୟତା ପ୍ରଦାନ କରିବା ପାଇଁ ଅଦ୍ଯତନ କରଯାଇଛି

  • cachefs ଅନ୍ତଃସ୍ଥଳ ସକ୍ରିୟକ (2.6.18)

ସୁରକ୍ଷା

  • ଠିକଣା ସ୍ଥାନ କ୍ରମମୁକ୍ତକରଣ:

    • ଏହି ପ୍ଯାଚ ମାନଙ୍କର ପ୍ରୟୋଗରେ, ସମସ୍ତ ପ୍ରକ୍ରିୟାର ଥାକ ଗୁଡିକ କ୍ରମମୁକ୍ତ ଅବସ୍ଥାନରେ ପ୍ରାରମ୍ଭିତ ହେବେ, ଏବଂ mmap() ପାଇଁ ବ୍ଯବହୃତ ସ୍ମୃତି କ୍ଷେତ୍ର (ଅନ୍ଯାନ୍ଯ ଜିନିଷ ମାନଙ୍କ ସହିତ, ଯେଉଁଠାକୁ ସହଭାଗ ଲାଇବ୍ରେରୀ ଗୁଡିକ ଯାଇଥାଆନ୍ତି) ମଧ୍ଯ କ୍ରମମୁକ୍ତ ଭାବରେ ପ୍ରାରମ୍ଭିତ ହେବ (2.6.12)।

  • SELinux ପାଇଁ ଏକାଧିକ ସ୍ତର ବିଶିଷ୍ଟ ରୂପାୟନ (2.6.12)

  • ଉପତନ୍ତ୍ରକୁ ସମୀକ୍ଷା କରନ୍ତୁ

    • ପ୍ରକ୍ରିୟା ପ୍ରସଙ୍ଗ ଉପରେ ଆଧାରିତ ଫିଲଟରିଙ୍ଗ ପାଇଁ ସହାୟତା (2.6.17)

    • ଅଧିକ ଫାଇଲ ନିୟମ ବିଶ୍ଳେଷକ (2.6.17)

  • TCP/UDP getpeersec: ଗୋଟିଏ ନିର୍ଦ୍ଦିଷ୍ଟ TCP କିମ୍ବା UDP ସକେଟ ବ୍ଯବହାର କରୁଥିବା ଗୋଟିଏ IPSec ସୁରକ୍ଷା ସମିତିର ସୁରକ୍ଷା ପ୍ରସଙ୍ଗକୁ ପୁନରୁଦ୍ଧାର କରିବା ପାଇଁ ଗୋଟିଏ ସୁରକ୍ଷା-ସଚେତନ ପ୍ରୟୋଗକୁ ସକ୍ରିୟ କରାଯାଇଛି (2.6.17)

ନେଟୱାର୍କିଙ୍ଗ

  • ଅନେକ TCP ଜନାକୀର୍ଣ୍ଣତା ଏକକାଂଶକୁ ଯୋଗ କରାଯାଇଛି (2.6.13)

  • IPV6: ଉନ୍ନତ API ରେ ଅନେକ ନୂତନ sockopt / ସହାୟକ ତଥ୍ଯ ପାଇଁ ସହାୟକ (2.6.14)

  • IPv4/IPv6: UFO (UDP ବିଖଣ୍ଡନ ଅଫ-ଲୋଡ) ବିଚ୍ଛୁରିତ-ଏକତ୍ରିତ ସମିପ ଗମନ (2.6.15)

    • UFO ଟି ଗୋଟିଏ ଗୁଣ ଯେଉଁଠାରେ Linux କର୍ଣ୍ଣଲ ନେଟୱାର୍କ ଥାକ ହାର୍ଡୱେରରେ ବହୁଳ ସଂଖ୍ଯକ UDP ଡାଟାଗ୍ରାମର ଆଇ.ପି. ବିଖଣ୍ଡନ କାର୍ଯ୍ଯକୁ ଅଫ-ଲୋଡ କରିଦେବ। ଏହା ବହୁଳ ସଂଖ୍ଯକ UDP ଡାଟାଗ୍ରାମକୁ ଏମ.ଟି.ୟୁ. ଆକାର ବିଶିଷ୍ଟ ପ୍ଯାକେଟରେ ବିଖଣ୍ଡନ କରିବାରୁ କମାଇ ଦେବ।

  • nf_conntrack ଉପତନ୍ତ୍ରକୁ ଯୋଗ କରାଯାଇଛି (2.6.15)

    • ନେଟ ଫିଲଟରରେ ଉପସ୍ଥିତ ସଂଯୋଗ ଉନୁକରଣ ଉପତନ୍ତ୍ରଟି କେବଳ ipv4 କୁ ନିୟନ୍ତ୍ରଣ କରିପାରିବ। ipv6 ପାଇଁ ସଂଯୋଗ ଉନୁକରଣ ସହାୟତାକୁ ଯୋଗ କରିବା ପାଇଁ ସେଠାରେ ଦୁଇଟି ବିକଳ୍ପ ଉପଲବ୍ଧ; ସମସ୍ତ ipv4 ସଂଯୋଗ ଅନୁକରଣ ସଙ୍କେତକୁ ipv6 ରେ ନକଲ କରିବା, କିମ୍ବା (ଏହି ପ୍ଯାଚ ମାନଙ୍କ ଦ୍ବାରା ନିର୍ଦ୍ଧାରିତ ବିକଳ୍ପ) ଗୋଟିଏ ନିର୍ଦ୍ଦିଷ୍ଟ ସ୍ତରକୁ ପ୍ରସ୍ତୁତ କରିବା ଯାହାକି ଉଭୟ ipv4 ଏବଂ ipv6 କୁ ନିୟନ୍ତ୍ରଣ କରିପାରିବ ଏବଂ ସେଥିପାଇଁ କେବଳ ଗୋଟିଏ ଉପ ପ୍ରୋଟୋକଲ (TCP, UDP, ଇତ୍ଯାଦି।) ର ସଂଯୋଗ ଅନୁକରଣ ସାହାଯ୍ଯ ଏକାକାଂଶର ଲିଖନ ଆବଶ୍ଯକ। ପ୍ରକ୍ରୁତରେ, nf_conntrack ଟି ଯେକୌଣସି ତୃତୀୟ ସ୍ତରୀୟ ପ୍ରୋଟୋକଲ ସହିତ କାର୍ଯ୍ଯ କରିବାରେ ସକ୍ଷମ।

  • IPV6

    • RFC 3484 ବିନୟୀ ଉତ୍ସ ଠିକଣା ଚୟନ (2.6.15)

    • ରାଉଟର ପସନ୍ଦ ପାଇଁ ସହାୟତାକୁ ଯୋଗ କରାଯାଇଛି (RFC4191) (2.6.17)

    • ରାଉଟର ଅଭିଗମ୍ଯତା ସନ୍ଧାନକୁ ଯୋଗ କରାଯାଇଛି (RFC4191) (2.6.17)

  • ବେତାର ଅଦ୍ଯତନ

    • ହାର୍ଡୱେର ଗୋପନୀୟତା ଏବଂ ବିଖଣ୍ଡନ ଅଫ-ଲୋଡ ସହାୟତା

    • QoS (WME) ସହାୟତା, "ବେତାର ଗୁପ୍ତଚର ସହାୟତା"

    • ମିଶ୍ରିତ PTK/GTK

    • CCMP/TKIP ସହାୟତା ଏବଂ WE-19 HostAP ସହାୟତା

    • BCM43xx ବେତାର ଡ୍ରାଇଭର

    • ZD1211 ବେତାର ଡ୍ରାଇଭର

    • WE-20, ବେତାର ବର୍ଦ୍ଧନର ବିଂଶତମ ସଂସ୍କରଣ (2.6.17)

    • ହାର୍ଡୱେର ନିରପେକ୍ଷ ସଫଟୱେର MAC ସ୍ତରକୁ ଯୋଗ କରାଯାଇଛି, "Soft MAC" (2.6.17)

    • LEAP ବୈଧିକରଣ ପ୍ରକାରକୁ ଯୋଗ କରାଯାଇଛି

  • ନିର୍ଦ୍ଦିଷ୍ଟ ବିଭାଜନ ଅଫଲୋଡ (GSO) (2.6.18) କୁ ଯୋଗ କରାଯାଇଛି

    • କିଛି ଘଟଣାରେ ପ୍ରଦର୍ଶନ ଉନ୍ନତ କରିପାରିବ, ଯଦିଚ ଏହାକୁ ethtool ନିର୍ଦ୍ଦେଶ ଦ୍ବାରା ସକ୍ରିୟ କରାଯିବା ଆବଶ୍ଯକ

  • SELinux କୁ ନିୟନ୍ତ୍ରଣ କରିବା ପାଇଁ ପୁରାତନ ପ୍ଯାକେଟ ନିୟନ୍ତ୍ରଣକୁ ବଦଳାଇ ନୂତନ ପ୍ଯାକେଟ-ପ୍ରତି ଅଭିଗମକୁ ଯୋଗ କରାଯାଇଛି

  • ନେଟୱାର୍କ ପ୍ଯାକେଟରେ ସୁରକ୍ଷା ସୂଚକକୁ ରଖିବାର ଅନୁମତି ସୁରକ୍ଷା ଉପତନ୍ତ୍ରକୁ ଦେବା ପାଇଁ, secmark ସହାୟତାକୁ ଅନ୍ତଃସ୍ଥଳ ନେଟୱାର୍କିଙ୍ଗ ସହିତ ଯୋଗ କରାଯାଇଛି। (2.6.18)

  • DCCPv6 (2.6.16)

ହାର୍ଡୱେର ସହାୟତାକୁ ଯୋଗ କରାଯାଇଛି

ଟିପ୍ପଣୀ

ଅଧିକାଂଶ ଗୁଣ ମାନଙ୍କ ମଧ୍ଯରୁ ସର୍ବତ୍କୃଷ୍ଟ ଗୁଣ ମାନଙ୍କୁ ଏହି ଅଂଶ ପ୍ରଦର୍ଶିତ କରିଥାଏ।

  • x86-64 ଏକତ୍ରିତ APIC ସହାୟତା (2.6.10)

  • Infiniband ସହାୟତା (2.6.11) (ସାଧାରଣତଃ Red Hat Enterprise Linux 4 ରେ)

  • ହଟ-ପ୍ଲଗ

    • ନିର୍ଦ୍ଦିଷ୍ଟ ସ୍ମୃତିର ଯୋଗ/ଅପସାରଣ କୁ ଯୋଗ କରାଯାଇଛି ଏବଂ ସ୍ମୃତି ହଟ-ପ୍ଲଗ ପାଇଁ କାର୍ଯ୍ଯକୁ ସହାୟତା ପ୍ରଦାନ କରୁଅଛି (2.6.15)

  • ସାଟା/ଲିବାଟା ବୃଦ୍ଧିକରଣ, ଅତିରିକ୍ତ ହାର୍ଡୱେର ସହାୟତା ( Red Hat Enterprise Linux 4 ରେ)

    • ଗୋଟିଏ ସମ୍ପୂର୍ଣ୍ଣ ପୁନଃ ସଂସାଧିତ ଲିବାଟା ତୃଟି ନିୟନ୍ତ୍ରକ। ଏହି ସମସ୍ତ କାର୍ଯ୍ଯର ଫଳାଫଳ ଗୋଟିଏ ଅଧିକ କ୍ଷମତା ସମ୍ପନ୍ନ ସାଟା ଉପତନ୍ତ୍ର ହେବା ଉଚିତ ଯାହାକି ତୃଟି ମାନଙ୍କର ଗୋଟିଏ ବିସ୍ତୀର୍ଣ୍ଣ ପରିସରରୁ ପୁନରୁଦ୍ଧାର କରିପାରିବ।

    • ସ୍ଥାନୀୟ ନିର୍ଦ୍ଦେଶ କ୍ରମ (NCQ), ସୂଚୀତ ନିର୍ଦ୍ଦେଶ ଅନ୍ବେଷଣର ସାଟା ସଂସ୍କରଣ - ଏକାଧିକ I/O ଅନୁରୋଧକୁ ଏକ ସମୟରେ ସମାନ ଡ୍ରାଇଭରେ ଶୁଣିବାର କ୍ଷମତା। (2.6.18)

    • ହଟ-ପ୍ଲଗ ସହାୟତା (2.6.18)

  • EDAC ସହାୟତା (2.6.16) (Red Hat Enterprise Linux 4 ରେ)

    • EDAC ର ଲକ୍ଷ୍ଯ ହୋଉଛି ଗୋଟିଏ କମ୍ପୁଟର ତନ୍ତ୍ର ମଧ୍ଯରେ ଦେଖା ଦେଉଥିବା ତୃଟି ମାନଙ୍କୁ ଖୋଜିବା ଏବଂ ସେମାନଙ୍କ ବିଷୟରେ ଜଣାଇବା।

  • Intel(R) I/OAT DMA engine (2.6.18) ପାଇଁ ଗୋଟିଏ ନୂତନ ioatdma କୁ ଯୋଗ କରାଯାଇଛି

NUMA (ଅସାମାନ୍ଯ ସ୍ମୃତି ଅଭିଗମ) / ଏକାଧିକ ଅନ୍ତଃସ୍ଥଳ

  • Cpusets (2.6.12)

    • ଗୋଟିଏ କାର୍ଯ୍ଯ ସମୂହକୁ CPU ଏବଂ ସ୍ମୃତି ନୋଡର ଗୋଟିଏ ଗୋଷ୍ଠକୁ ନିଯୁକ୍ତ କରିବା ପାଇଁ Cpusets ବର୍ତ୍ତମାନ ଗୋଟିଏ କୌଶଳ ଅବଲମ୍ବନ କରୁଅଛି। Cpusets ଟି ଗୋଟିଏ କାର୍ଯ୍ଯର ପ୍ରଚଳିତ cpuset ମଧ୍ଯରେ ଥିବା ସମ୍ବଳ ମାନଙ୍କ ମଧ୍ଯକୁ CPU ଏବଂ ସ୍ମୃତିର କାର୍ଯକୁ ନେବାକୁ ବାଧ୍ଯ କରିଥାଏ। ବିଶାଳ ତନ୍ତ୍ର ମାନଙ୍କର ଗତିଶୀଳ କାର୍ଯ୍ଯ ସ୍ଥାନାନ୍ତରଣକୁ ପରିଚାଳନ କରିବା ପାଇଁ ଏଗୁଡିକ ଆବଶ୍ଯକ।

  • NUMA-aware ସ୍ଲାବ ବଣ୍ଟକ (2.6.14)

    • ଏହା ସ୍ଲାବକୁ ଏକାଧିକ ନୋଡ ମାନଙ୍କରେ ସ୍ରୁଷ୍ଟି କରିଥାଏ ଏବଂ ସ୍ଲାବକୁ ଏଭଳି ଭାବରେ ପରିଚାଳନ କରିଥାଏ ଯେପରିକି ବଣ୍ଟନର ଅବସ୍ଥିତି ଅଧିକ ଲାଭପ୍ରଦ ହୋଇପାରିବ। ପ୍ରତ୍ଯେକ ନୋଡର ଆଂଶିକ, ମୁକ୍ତ ଏବଂ ସମ୍ପୂର୍ଣ୍ଣ ସ୍ଲାବର ନିଜସ୍ବ ତାଲିକା ଥାଏ। ଗୋଟିଏ ନୋଡ ପାଇଁ ବସ୍ତୁର ବଣ୍ଟନକୁ ନୋଡ ବିଶେଷ୍ଯ ସ୍ଲାବ ତାଲିକାରୁ ସ୍ଥିର କରାଯାଏ।

  • ସ୍ବାପ ଉତ୍ପ୍ରବାସନ (2.6.16)

    • ସ୍ବାପ ଉତ୍ପ୍ରବାସନ ପ୍ରକ୍ରିୟାଟି ଚାଲୁଥିବା ସମୟରେ ଗୋଟିଏ NUMA ତନ୍ତ୍ରରେ ଥିବା ନୋଡ ମାନଙ୍କ ମଧ୍ଯରେ ଭୌତିକ ଅବସ୍ଥାନର ପରିବର୍ତ୍ତନକୁ ଅନୁମତି ପ୍ରଦାନ କରିଥାଏ।

  • ବଡ ପୃଷ୍ଠା (2.6.16)

    • ବଡ ପୃଷ୍ଠା ମାନଙ୍କ ପାଇଁ NUMA ନୀତି ସହାୟତାକୁ ଯୋଗ କରାଯାଇଛି: ସ୍ମୃତି ନୀୟମ ସ୍ତରରେ huge_zonelist() କାର୍ଯ୍ଯଟି NUMA ଦୂରତା ଦ୍ବାରା ସୁବିନ୍ଯାସ କରାଯାଇଥିବା ମଣ୍ଡଳ ମାନଙ୍କର ତାଲିକାକୁ ପ୍ରଦାନ କରିଥାଏ। hugetlb ସ୍ତରଟି ଗୋଟିଏ ନିର୍ଦ୍ଦିଷ୍ଟ ମଣ୍ଡଳ ପାଇଁ ବଡ ପୃଷ୍ଠାରେ ଉପଲବ୍ଧ ତାଲିକାକୁ ଦେଖି ପାରିବ କିମ୍ବା ଏହାକୁ ପ୍ରଚଳିତ cpuset ର nodeset ରେ ମଧ୍ଯ ପାଇ ପାରିବ।

    • ବଡ ପୃଷ୍ଠା ଗୁଡିକ ବର୍ତ୍ତମାନ cpusets ର ନୀତିକୁ ଅବଲମ୍ବନ କରୁଛନ୍ତି।

  • କ୍ଷେତ୍ର-ପ୍ରତି VM ଗଣକ

    • କ୍ଷେତ୍ର-ଆଧାରିତ ଆଭାସୀ ମେସିନ ପରିସଂଖ୍ଯାନକୁ ପ୍ରଦାନ କରନ୍ତୁ, ଯାହାକି କ୍ଷେତ୍ରଟି କେଉଁ ସ୍ମୃତି ଅବସ୍ଥାରେ ଅଛି ତାହା ସ୍ଥିର କରିବା ପାଇଁ ଆବଶ୍ଯକ

  • ନେଟ ଫିଲଟର ip_tables: NUMA-aware ବଣ୍ଟନ (2.6.16)

  • ଏକାଧିକ ଅନ୍ତଃସ୍ଥଳ

    • ଅନ୍ତଃସ୍ଥଳ ମାନଙ୍କ ମଧ୍ଯରେ ଏକାଧିକ ଅନ୍ତଃସ୍ଥଳ ସହିତ ସହଭାଜ୍ଯ କ୍ଯାଶେକୁ ବର୍ଣ୍ଣନା କରିବା ପାଇଁ ଗୋଟିଏ ନୂତନ ନିର୍ଘଣ୍ଟକ ପରିସରକୁ ଯୋଗ କରାଯାଇଛି। ପ୍ରଦର୍ଶନକୁ କିଛି କ୍ଷେତ୍ରରେ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରି, ଏଭଳି ତନ୍ତ୍ରରେ ଉନ୍ନତ cpu ନିର୍ଘଣ୍ଟକ ନିର୍ଣ୍ଣୟ ନେବାରେ ଏହା ସାହାଯ୍ଯ କରିଥାଏ।(2.6.17)

    • multicore/smt cpu ବିଶିଷ୍ଟ CPU ନିର୍ଘଣ୍ଟକ ପାଇଁ ଶକ୍ତି ସଂରକ୍ଷଣ ନୀତି, ସମ୍ପୂର୍ଣ CPU ରେ କାର୍ଯକୁ ବିତରଣ ନ କରି, କିଛି ପ୍ଯାକେଜ କାର୍ଯ୍ଯ କରୁଥିବା ସମୟରେ ବଳକା ପ୍ଯାକେଜ ମାନଙ୍କୁ ନିଷ୍କ୍ରିୟ କରି ଶକ୍ତି ଉପଯୋଗୀତାକୁ ଉନ୍ନତ କରିପାରିବ।

( amd64 )



[1] Open Publication License, v1.0 ର ସର୍ତ୍ତ ଏବଂ ନିୟମ ଅନୁଯାୟୀ ଏହି ବସ୍ତୁକୁ ବିତରଣ କରାଯାଇ ପାରିବ, ଏହା ଏଠାରେ ଉପଲବ୍ଧ http://www.opencontent.org/openpub/.